Below header

କସ୍ତୁରବା ଗାନ୍ଧୀ କନ୍ୟାଶ୍ରମର ଶିକ୍ଷାର୍ଥିମାନଙ୍କୁ କିସ୍ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

ଗରିବ ଓ ଆର୍ଥିକ ଦୁର୍ବଳ ଆଦିବାସୀ ହରିଜନ କ୍ଷେତ୍ରରେ ଥିବା କୋମଳମତି ପିଲାମାନଙ୍କ  ଶିକ୍ଷାର ଉନ୍ନତିରେ କିଟ ଓ କିସର ସର୍ବଦା ପ୍ରୟାସ ଜାରି ରହିଛି । 

ସାଲେପୁର : ଗରିବ ଓ ଆର୍ଥିକ ଦୁର୍ବଳ ଆଦିବାସୀ ହରିଜନ କ୍ଷେତ୍ରରେ ଥିବା କୋମଳମତି ପିଲାମାନଙ୍କ  ଶିକ୍ଷାର ଉନ୍ନତିରେ କିଟ ଓ କିସର ସର୍ବଦା ପ୍ରୟାସ ଜାରି ରହିଛି ।  ଏହି ପରିପ୍ରେକ୍ଷୀରେ ଆଜି  ମଧୁବାବୁଙ୍କ ଜନ୍ମପୀଠ କଟକ ଜିଲ୍ଲା ସତ୍ୟଭାମାପୁର ଠାରେ ଥିବା କସ୍ତୁରବା ଗାନ୍ଧୀ କନ୍ୟାଶ୍ରମର ଶିକ୍ଷାର୍ଥିମାନଙ୍କୁ କିସ୍ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି ।

ମାନବ ସମ୍ବଳ ଅଧିକାରୀ ସୁବ୍ରତ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ପ୍ରଥମେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଛୋଟ ପିଲାମାନଙ୍କୁ ମଧୁବାବୁଙ୍କ ବିଷୟରେ କହିଥିଲେ । ପରେ ପିଲାମାନଙ୍କୁ ଶୀତ ବସ୍ତ୍ର ଓ ଶିକ୍ଷୟତ୍ରୀମାନଙ୍କୁ ଶାଢ଼ୀ ବଣ୍ଟନ କରାଯାଇଥିଲା । ଦୀର୍ଘ ବର୍ଷ ଧରି କିଟ ଓ କିସ୍ ର ଏଭଳି ପ୍ରୟାସକୁ ଅଂଚଳ ଲୋକେ ସାଧୁବାଦ୍ ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.