ରୁଷ୍ୟଭୃଙ୍ଗ ପର୍ବତର ଗୁମ୍ଫାରେ ପୂଜା ପାଆନ୍ତି ଅନେକ ଦେବାଦେବୀ, ରହିଛି ଅନେକ କିମ୍ବଦନ୍ତୀ ଓ ରହସ୍ୟମୟୀ କଥା

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସୁନ୍ଦରପୁର ଗାଁ ନିକଟରେ ରହିଥିବା ରୁଷ୍ୟଶୃଙ୍ଗ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗୁମ୍ପା ଯେଉଁଠି ପୂଜା ପାଆନ୍ତି ବାବା ରୁଷ୍ୟଶୃଙ୍ଗ ମହାଦେବ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପାହାଡ଼ ଉପରେ ରହିଥିବା ରହସ୍ୟମୟ ଗୁମ୍ପାକୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଓ ଅନେକ ରହସ୍ୟମୟୀ କଥା ।

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସୁନ୍ଦରପୁର ଗାଁ ନିକଟରେ ରହିଥିବା ରୁଷ୍ୟଶୃଙ୍ଗ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗୁମ୍ପା ଯେଉଁଠି ପୂଜା ପାଆନ୍ତି ବାବା ରୁଷ୍ୟଶୃଙ୍ଗ ମହାଦେବ । ଗୁମ୍ପା ନିକଟକୁ ଯିବା ପାଇଁ ରାସ୍ତା ନଥିଲେ ମଧ୍ୟ ଦୀର୍ଘ ଦୁଇ କିଲୋମିଟରର ଅବଡ଼ା ଖବଡ଼ା ରାସ୍ତା ବଡ଼ ବଡ଼ ପଥର ଖଣ୍ଡ ଦେଇ ଯିବାକୁ ପଡେ ଏହି ପାହାଡ଼ ଉପରକୁ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପାହାଡ଼ ଉପରେ ରହିଥିବା ରହସ୍ୟମୟ ଗୁମ୍ପାକୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଓ ରହସ୍ୟମୟୀ କଥା ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାମାୟଣରେ ବାଳି ସୁଗ୍ରୀବଙ୍କ ଯୁଦ୍ଧ ସମୟରେ ବାଳି ଏହି ଗୁମ୍ପା ଭିତରେ ଆସି ଲୁଚିଥିଲେ । ଆଉ କେହି କେହି କୁହନ୍ତି ରାବଣ ସୀତାଙ୍କୁ ଚୋରି କରିନେଲା ବେଳେ ପୁଷ୍ପକ ବିମାନର ଚକଟି ଏହି ପାହାଡ଼ରେ ଘସି ହୋଇଯାଇଥିଲା ଏଣୁ ଏହି ପାହାଡ଼ର ପ୍ରତ୍ୟକ ଟି ପଥରରେ କଟା ଦାଗ ଦେଖିବାକୁ ମିଳେ । ସ୍ଥାନୀୟ ଲୋକ କୁହନ୍ତି ରାତ୍ର ସମୟରେ ଏହି ପାହାଡ଼ ଉପରୁ ଭଜନ କୀର୍ତ୍ତନର ଶବ୍ଦ ମଧ୍ୟ ଶୁଣାଯାଏ ।

ଅନେକ ମୁନି ଋଷି ମାନେ ଏଠି ତପସ୍ୟା କରିଛନ୍ତି । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସ୍ଥାନକୁ କେବଳ ଏହି ଗୋଟିଏ ସୁନ୍ଦରପୁର ଗ୍ରାମକୁ ଛାଡ଼ି ଦେଲେ ଜିଲ୍ଲା କିମ୍ୱା ସ୍ଥାନୀୟ ଅଞ୍ଚଳର ଲୋକ ପ୍ରାୟତଃ ଏତେଟା ଜାଣି ନାହାନ୍ତି । ବର୍ଷ ବର୍ଷ ଧରି ଏହି ଗୁମ୍ପାରେ ପୂଜା ପାଇ ଆସୁଛନ୍ତି ଅନେକ ଦେବା ଦେବୀ । ଏଠାରେ ମହାଦେବଙ୍କ ଏକ ଶିବଲିଙ୍ଗ ପୂଜା ପାଇ ଆସୁଥିବା ବେଳେ ଅଚ୍ୟୁତ ଭଗବାନ ଏବଂ ହନୁମାନଙ୍କ ସହ ଅନନ୍ୟ ଦେବା ଦେବୀ ପୂଜା ପାଉଛନ୍ତି ।

ଗୁମ୍ପାର ଭିତର ଗର୍ଭକୁ ଯିବା ଅତ୍ୟନ୍ତ କଠିନ । ଭିତରକୁ ଯିବାକୁ ହେଲେ ଆପଣଙ୍କୁ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡ଼ିବ । ଅନ୍ଧକାର ଘରେ ମା’ ଦଶ ଭୁଜାଙ୍କ ସହ ହନୁମାନ ପୁଜା ପାଉଛନ୍ତି । ତେବେ ପ୍ରାକୃତିକ ଏବଂ ଏଭଳି ରହସ୍ୟମୟ ଜାଗା କୁ ଯିବାକୁ ନା ଅଛି ଗମନାଗମନର ସୁବିଧା ନା ଅଛି ଭିତ୍ତିଭୂମିର ବ୍ୟବସ୍ଥା ଏଣୁ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ଉନ୍ନତିକରଣ କରିବାକୁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.