Below header

ଜାଣନ୍ତୁ ବାହାରୁ ଆସିଥବା ଲୋକମାନେ ଭାରତର କେଉଁ ରାଜ୍ୟରେ ଜମି କିଣି ପାରିବେ ନାହିଁ, ଏହାର କାରଣ କ’ଣ ?

ଅନେକ ଥର ନିଜ ନିଜ ରାଜ୍ୟ ବ୍ୟତୀତ ଅନ୍ୟ ରାଜ୍ୟର ପାଣିପାଗ ଏବଂ ପରିବେଶ ଆମକୁ ବହୁତ ଭଲ ଲାଗିଥାଏ । ସେଥିପାଇଁ ଆମେ ସେଠାରେ ରହିବାକୁ ଚାହିଁଥାଉ । କିନ୍ତୁ ଆପଣମାନେ କ’ଣ ଜାଣିଛନ୍ତି କି ଭାରତରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ବାହାରୁ ଆସିଥବା ଲୋକମାନେ ଜମି କିଣି ପାରିବେ ନାହିଁ ।

ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱପ୍ନ ହେଉଛି ନିଜ ଘର ତିଆରି କରିବା ଏବଂ ସେଠାରେ ରହିବା । ଅନେକ ଥର ନିଜ ନିଜ ରାଜ୍ୟ ବ୍ୟତୀତ ଅନ୍ୟ ରାଜ୍ୟର ପାଣିପାଗ ଏବଂ ପରିବେଶ ଆମକୁ ବହୁତ ଭଲ ଲାଗିଥାଏ । ସେଥିପାଇଁ ଆମେ ସେଠାରେ ରହିବାକୁ ଚାହିଁଥାଉ । କିନ୍ତୁ ଆପଣମାନେ କ’ଣ ଜାଣିଛନ୍ତି କି ଭାରତରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ବାହାରୁ ଆସିଥବା ଲୋକମାନେ ଜମି କିଣି ପାରିବେ ନାହିଁ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଆପଣମାନେ ଭାରତର କେଉଁ ରାଜ୍ୟରେ ଜମି କିଣି ପାରିବେ ନାହିଁ ।

ହିମାଚଳ :
ପାହାଡ଼ିଆ ଅଞ୍ଚଳରେ ବୁଲିବା ପାଇଁ ପ୍ରାୟତଃ ସମସ୍ତଙ୍କର ଏକ ସ୍ୱପ୍ନ ଥାଏ । କାରଣ ପାର୍ବତ୍ୟରେ ମିଳୁଥିବା ଶାନ୍ତି ଅନ୍ୟ କେଉଁଠାରେ ମିଳୁନାହିଁ । ସେହିଭଳି ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ହିମାଚଳ ପ୍ରଦେଶ ବୁଲିବା ପାଇଁ ଯାଆନ୍ତି । କିନ୍ତୁ ଏଠିକାର ପାହାଡରେ ସମ୍ପତ୍ତି କିଣିବାକୁ କାହାକୁ ଅନୁମତି ଦିଆଯାଇନଥାଏ । ୧୯୭୨ର ଜମି ଅଧିନିୟମର ୧୧୮ ଅନୁଯାୟୀ, ଜଣେ ବାହାର ଲୋକ ହିମାଚଳ ପ୍ରଦେଶରେ କୃଷି ଜମି କିଣି ପାରିବ ନାହିଁ ।

ନାଗାଲାଣ୍ଡ :
ନାଗାଲାଣ୍ଡ ୧୯୬୩ ମସିହାରେ ଏକ ରାଜ୍ୟ ହେବା ପରେ, ସେଠାରେ ଏକ ବିଶେଷ ଧାରା ୩୭୧ A ର ଏକ ବ୍ୟବସ୍ଥା ରହିଛି । ଯାହା ଅଧୀନରେ ସେଠାରେ ବାହରର ଲୋକଙ୍କୁ ଜମି କିଣିବାକୁ ଅନୁମତି ଦିଆଯାଇନାହିଁ ।

ସିକ୍କିମ୍ :
କେବଳ ସିକ୍କିମର ବାସିନ୍ଦା ସିକ୍କିମରେ ଜମି କିଣି ପାରିବେ । ଭାରତର ସମ୍ବିଧାନର ଧାରା ୩୭୧AF ଯାହା ସିକ୍କିମକୁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଦାନ କରେ, ବାହାର ଲୋକଙ୍କୁ ଜମି କିମ୍ବା ସମ୍ପତ୍ତି କିଣିବା ଏବଂ ବିକିବା ପାଇଁ ବାରଣ କରାଯାଏ । ଏପରିକି ଏହି ରାଜ୍ୟର ଆଦିବାସୀ ଅଞ୍ଚଳରେ କେବଳ ଆଦିବାସୀମାନେ ହିଁ ଜମି ଓ ସମ୍ପତ୍ତି କିଣି ପାରିବେ ।

ଅରୁଣାଚଳ ପ୍ରଦେଶ :
ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଅରୁଣାଚଳ ପ୍ରଦେଶ ଅନ୍ୟତମ । ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି । କିନ୍ତୁ ଏହି ସ୍ଥାନରେ ସମ୍ପତ୍ତି କିଣିବା ପାଇଁ ସେମାନଙ୍କୁ ଅନୁମତି ମିଳିନଥାଏ । ଏଠାରେ ସରକାରଙ୍କ ଅନୁମତିରେ ହିଁ କୃଷି ଜମି ବାହାରର ଲୋକଙ୍କୁ କିଣିବା ପାଇଁ ଦିଆଯାଏ ।

ମିଜୋରାମ :
ମିଜୋରାମରେ ମଧ୍ୟ ଧାରା ୩୭୧G ର ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ସମ୍ପତ୍ତି କିଣିବା ଏବଂ ବିକିବା ଉପରେ ଏକ ପ୍ରକାରର ନିୟମ ରହିଛି । କେବଳ ସେଠାରେ ଥିବା ଆଦିବାସୀମାନଙ୍କର ହିଁ ସେଠିକାର ଜମି ଉପରେ ଅଧିକାର ରଖିପାରିବେ ।

ଆସାମ :
ଆସାମରେ ଧାରା ୩୭୧B ଅନୁଯାୟୀ, ବାହାର ଲୋକଙ୍କର ସେଠାରେ ଜମି କିଣିବାର ଅଧିକାର ନାହିଁ ।

ମଣିପୁର :
ଲୋକମାନେ ପ୍ରତିବର୍ଷ ମଣିପୁର ଯିବାକୁ ଏବଂ ସେଠାରେ ବୁଲିବାକୁ ପସନ୍ଦ କରନ୍ତି । କିନ୍ତୁ ବାହାର ଲୋକଙ୍କୁ ସେଠାରେ ଜମି କିଣିବାକୁ ମନା କରାଯାଇଥାଏ । ଧାରା ୩୭୧B ଅନୁଯାୟୀ, କେବଳ ମଣିପୁରର ଲୋକମାନେ ହିଁ ସେଠାରେ ଜମି କିଣି ପାରିବେ ଏବଂ ବିକି ପାରିବେ ।

ମେଘାଳୟ :
ପ୍ରକୃତିର ସୁନ୍ଦରତାରେ ମେଘାଳୟ ଘେରି ରହିଥାଏ । ପର୍ଯ୍ୟଟନ ଅନୁଯାୟୀ, ମେଘାଳୟରେ ବୁଲିବା ଏବଂ ରହିବା ପାଇଁ ଅନେକ ସ୍ଥାନ ରହିଛି । କିନ୍ତୁ ସମ୍ବିଧାନର ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ବାହାର ରାଜ୍ୟର ଲୋକମାନେ ସେଠାରେ ଜମି କିଣି ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.