ରିଷଭଙ୍କ ଉଭଣୀ ସାକ୍ଷୀ ପନ୍ତ ପ୍ରେମିକ ଅଙ୍କିତଙ୍କ ସହ କଲେ ନିର୍ବନ୍ଧ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ଭଉଣୀ ସାକ୍ଷୀ ପନ୍ତଙ୍କର ନିର୍ବନ୍ଧ ହୋଇଛି । ସାକ୍ଷୀ ନିଜ ଦୀର୍ଘଦିନର ପ୍ରେମିକ ଅଙ୍କିତ ଚୌଧୁରୀଙ୍କ ସହ ଜାନୁୟାରୀ ୫ରେ ନିର୍ବନ୍ଧ କରିଛନ୍ତି ।

ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ଭଉଣୀ ସାକ୍ଷୀ ପନ୍ତଙ୍କର ନିର୍ବନ୍ଧ ହୋଇଛି । ସାକ୍ଷୀ ନିଜ ଦୀର୍ଘଦିନର ପ୍ରେମିକ ଅଙ୍କିତ ଚୌଧୁରୀଙ୍କ ସହ ଜାନୁୟାରୀ ୫ରେ ନିର୍ବନ୍ଧ କରିଛନ୍ତି । ରିଷଭ ପନ୍ତ ଇନ୍‌ଷ୍ଟାଗ୍ରାମରେ ନିର୍ବନ୍ଧର ଫଟୋ ସେୟାର କରି ଲେଖିଛନ୍ତି, ‘ଭଉଣୀ ତୁମକୁ ଶୁଭେଚ୍ଛା’ ।

ସାକ୍ଷୀ ପନ୍ତ ନିଜେ ମଧ୍ୟ ନିର୍ବନ୍ଧର ଫଟୋ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଆମ ଲଭ୍‌ଷ୍ଟୋରୀର ପରବର୍ତ୍ତୀ ଅଧ୍ୟାୟ ଆରମ୍ଭ’ । ଭଉଣୀଙ୍କ ନିର୍ବନ୍ଧରେ ରିଷଭ କଳା ରଙ୍ଗର କୋଟ୍‌ ଓ ପ୍ୟାଣ୍ଟ୍‌ ପିନ୍ଧିଥିଲେ । ସେପଟେ ସାକ୍ଷୀ ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏହି ଉତ୍ସବରେ ପନ୍ତଙ୍କ ମା’ ମଧ୍ୟ ନଜର ଆସିଥିଲେ ।

୧୯୯୫ ସେପ୍ଟେମ୍ବର ୨୪ରେ ସାକ୍ଷୀ ପନ୍ତ ଜନ୍ମଗ୍ରହଣ କରିଥିଲେ । ସେ ରିଷଭଙ୍କଠାରୁ ୨ ବର୍ଷ ବଡ଼ । ସାକ୍ଷୀ ଓ ଅଙ୍କିତ ଇଂଲଣ୍ଡରେ ରୁହନ୍ତି । ସାକ୍ଷୀ ଡେରାଡୁନର ଡୁନ୍‌ କଲେଜରୁ ପାଠପଢ଼ା ଶେଷ କରିବା ପରେ ଉଚ୍ଚ ଅଧ୍ୟୟନ ପାଇଁ ଲଣ୍ଡନ ପଳାଇଥିଲେ । ସାକ୍ଷୀ ଓ ଅଙ୍କିତ ୯ ବର୍ଷ ହେବ ଦୁହେଁ ପରସ୍ପରକୁ ଜାଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.