Below header

ପ୍ରଥମେ ଗୁପଚୁପ ଖାଇବାକୁ ନେଇ ରାଜଧାନୀରେ ହତାହାତି ହେଲେ ୪ ଯୁବତୀ

ଗୁପଚୁପ୍‌ ପାଇଁ କାମୁଡା କାମୁଡି

ଭୁବନେଶ୍ୱର (କେନ୍ୟୁଜ) : ଗୁପଚୁପ୍‌ ସମସ୍ତଙ୍କୁ ପସନ୍ଦ, ଖାସ କରି ଝିଅମାନଙ୍କୁ । କେବଳ ଯେ ଝିଅମାନେ ନୁହେଁ ପୁଅମାନେ ବି ଗୁପଚୁପ୍‌ ଖାଇବାରେ ବେଶ୍‌ ଓସ୍ତାଦ୍‌ । ଏବେ ତ ଗୁପଚୁପ୍‌ ଷ୍ଟଲ ପାଖରେ ଝିଅମାନେ ଯେତିକି ଛିଡା ହୋଇଥିବେ ପୁଅମାନେ ବି ସେତିକି ଛିଡା ହୋଇଥିବେ । କିନ୍ତୁ ଗୁପଚୁପ ଖାଇବାରେ ଝିଅମାନଙ୍କୁ କେହି ହେଲେ ବି ପଛରେ ପକାଇ ପାରିବେନି । କିନ୍ତୁ ଏବେ ଏକ ଏମିତି ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିବା ପରେ ଆଉ ଦେଖିବେ ପରେ ଆପଣ ମୁଣ୍ଡରେ ହାତ ଦେଇଦେବେ ।

ହଁ ଆଜ୍ଞା ଗୁପଚୁପ୍‌ ପାଇଁ ତୁମୁଳ କାଣ୍ଡ । ସାମାନ୍ୟ ଗୁପଚୁପ୍‌ କିଏ ଆଗ ଖାଇବ ତାକୁ ନେଇ ଲାଗିଲା ପାଟି ତୁଣ୍ଡ ଟଣାଭିଡା । ଖାଲି କଣ ଟଣାଭିଡା ପାଟିତୁଣ୍ଡରେ ରହିଲା କଥା । ପରବର୍ତ୍ତୀ ମୁହୂର୍ତ୍ତରେ ଝଗଡା ଏତେ ସାଂଘାତିକ ରୂପ ନେଲା ଯେ ଜଣେ ଯୁବତୀଙକ୍‌ ହାତକୁ କାମୁଡି ଦେଲେ ଅନ୍ୟ ଜଣେ ଯୁବତୀ । ଆପଣଙ୍କୁ ଏ କଥାଟା ଟିକେ ଅଡୁଆ ଲାଗୁଥାଇପାରେ । କିନ୍ତୁ ଏପରି ହୋଇଛି ଆଜ୍ଞା ।

ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ । ଗତକାଲି ସଂଧ୍ୟାରେ ରାଜଧାନୀରେ ଦେଖିବାକୁ ମିଳିଥିଲା ଏଭଳି ଏକ ଅଭାବନୀୟ ଚିତ୍ର । ମାଷ୍ଟର କ୍ୟାଣ୍ଟିନ୍‌ ଅଞ୍ଚଳରେ ଥିବା ଏକ ଗୁପଚୁପ୍‌ ଦୋକାନରେ ପହଁଚିଥିଲେ ତିନି ଜଣ ସାଙ୍ଗ । ସେମାନେ ଗୁପଚୁପ୍‌ ଖାଇବା ପାଇଁ ଦୋକାନୀଙ୍କ ଠାରୁ ପତ୍ର ନେଲାବେଳେ ଆଉ ଜଣେ ଯୁବତୀ ହଠାତ୍‌ ପହଁଚିଗଲେ ସେଠାରେ । ଆଉ ତାପରେ ତାଙ୍କୁ ଗୁପଚୁପ୍‌ ଦେବାକୁ କହିଥିଲେ । ଆଉ ଉକ୍ତ ଯୁବତୀ ଜଣଙ୍କ ପ୍ରଥମେ ଗୁପଚୁପ୍‌ ଖାଇବାକୁ ଅଡି ବସିଥିଲେ ଏବଂ ଦୋକାନୀଙ୍କୁ ଜିଦ୍ଦି କରିଥିଲେ ଯେ ମୁଁ ପ୍ରଥମେ ଖାଇବି ।

ତେବେ ଏହି କଥା ଶୁଣି ପୂର୍ବରୁ ପହଁଚିଥିବା ତିନି ଜଣ ସାଙ୍ଗ ଏହାକୁ ପ୍ରତିବାଦ କରିଥିଲେ । ବାସ୍‌ ତାପରେ ଆରମ୍ଭ ହୋଇଗଲା ତୁମୁଳକାଣ୍ଡ । ତାହାପୁଣି ଗୁପଚୁପ୍‌ ପାଇଁ । ପ୍ରଥମେ ଖାଇବା ପାଇଁ ଅଡି ବସିଥିବା ଯୁବତୀ ଜଣଙ୍କ ପୂର୍ବରୁ ଆସିଥିବା ତିନି ଜଣ ସାଙ୍ଗକୁ ଆକ୍ରମଣ କରିବା ସହିତ ତାଙ୍କ ହାତକୁ କାମୁଡି ଦେଇଥିଲେ । ଯାହାପରେ ଏହି ତିନି ଜଣ ସାଙ୍ଗ ପିସିଆରକୁ ଫୋନ୍‌ କଲେ । ଆଉ ଖବର ପାଇ ପିସିଆର ଘଟଣାସ୍ଥଳରେ ପହଁଚିଲା । ସମସ୍ତଙ୍କୁ ନେଇକି କ୍ୟାପିଟାଲ ଥାନାରେ ପହଁଚିଲା । କିନ୍ତୁ କିଛି ସମୟ ପରେ ଆକ୍ରମଣର ଶିକାର ହୋଇଥିବା ତିନି ଜଣ ସାଙ୍ଗ କ୍ୟାପିଟାଲ ଥାନାରୁ ଚାଲିଯାଇଥିଲେ ଚିକିତ୍ସା ହେବା ପାଇଁ କ୍ୟାପିଟାଲ ହସ୍ପିଟାଲକୁ । ଏପଟେ ଅଟକ ରହିଥିଲେ କାମୁଡିଥିବା ଯୁବତୀ । କିନ୍ତୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ପୋଲିସ ବାରଣ କରିଥିଲେ । ତେବେ କୁହାଯାଉଛି ଯେ ଏହି ଘଟଣାକୁ ନେଇ କୌଣସି ମାମଲା ରୁଜୁ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.