ଦିନ ଦ୍ୱିପ୍ରହରରେ ଟିଏମସି ନେତାଙ୍କୁ ହତ୍ୟା, ବାଇକରେ ଆସି ପାଖରୁ ଗୁଳିକଲେ ଦୁର୍ବୃତ୍ତ

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଟିଏମସି ନେତା ସତ୍ୟେନ ଚୌଧୁରୀଙ୍କୁ ହତ୍ୟା । ରବିବାର ଅପରାହ୍ନ ସମୟରେ ବାଇକରେ ଆସି ପାଖରୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଟିଏମସି ନେତା ସତ୍ୟେନ ଚୌଧୁରୀଙ୍କୁ ହତ୍ୟା । ରବିବାର ଅପରାହ୍ନ ସମୟରେ ବାଇକରେ ଆସି ପାଖରୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟା ପରେ ତାଙ୍କୁ ମୁର୍ଶିଦାବାଦ ମେଡିକାଲକୁ ନିଆଯାଇଥିଲା ।

ଖବର ମୁତାବକ, ସତ୍ୟେନ ଅଧିର ରଂଜନ ଚୌଧୁରୀଙ୍କ ନିକଟ ସହଯୋଗୀ ଥିଲେ କିନ୍ତୁ ପରେ ସେ ତୃଣମୂଳ କଂଗ୍ରେସକୁ ଚାଲିଯାଇଥିଲେ । ତେବେ ଦୁର୍ବୃତ୍ତମାନେ ସତ୍ୟେନକୁ ଅତି ପାଖରୁ ଆସି ଗୁଳି କରି ହତ୍ୟା କରିଛନ୍ତି ।

ଜିଲ୍ଲା ମହାସଚିବ ସତ୍ୟେନ ଚୌଧୁରୀଙ୍କୁ ଦୁର୍ବୃତ୍ତ ଗୁଳି ମାରିବା ପରେ ତାଙ୍କୁ ମୁର୍ଶିଦାବାଦର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ପଶ୍ଚିମବଙ୍ଗରେ ଇଡି ଟିମ ଉପରେ ଆକ୍ରମଣ କରିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଟିଏମସି ନେତା ଶହଜହାନ ଶେଖଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି ହୋଇଥିଲା । ରାସନ ବଣ୍ଟନ ଦୁର୍ନୀତି ମାମଲାରେ ଶୁକ୍ରବାର ପଶ୍ଚିମବଙ୍ଗର ଉତ୍ତର୨୪ ପରଗଣାରେ ଇଡିର ଏକ ଟିମ୍ ଚଢ଼ାଉ କରିବାକୁ ଯାଇଥିଲା । ଏହି ସମୟରେ ଟିଏମସି ନେତାଙ୍କ ସମର୍ଥକମାନେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ୮୦୦ରୁ ୧୦୦୦ ଲୋକେ ଇଡି ଅଧିକାରୀଙ୍କ ସମେତ ତାଙ୍କ ସହ ଯାଇଥିବା ଯବାନଙ୍କ ଉପରକୁ ଟାର୍ଗେଟ୍ କରିଥିଲେ । ଏହି ଘଟଣା ପଛର ମାଷ୍ଟରମାଇଣ୍ଡ ଟିଏମସି ନେତା ଶହଜହାନ ଥିବା କୁହାଯାଉଛି । ଏଥିପାଇଁ ଇଡି ଏବେ ତାଙ୍କ ବିରୋଧରେ ଲୁକ୍ ନୋଟିସ ଜାରି କରିଛି ।

ତେବେ ଏହି ମାମଲାରେ ପଶ୍ଚିମବଙ୍ଗ ଟିଏମସି ନେତା ଶଙ୍କର ଆଧ୍ୟାଙ୍କୁ ଇଡି ଗିରଫ କରି ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.