End-to-End Encryption କଣ ? ଜାଣନ୍ତୁ କିପରି କାମ କରେ ଏହି ଫିଚର

ନିକଟରେ ହ୍ଵାଟ୍ସ ଆପ୍ ୟୁଜରମାନଙ୍କ ଅନଲାଇନ୍ ଷ୍ଟାଟସକୁ ଲୁଚାଇବା ପାଇଁ ଅନେକ ଫିଚର ଲଞ୍ଚ କରିଥିଲା । ତେବେ ନିକଟରେ ହ୍ଵାଟ୍ସଆପ୍‌ End-to-End Encryption ଫିଚର ଲଞ୍ଚ କରିଥିଲା । ଯାହା ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ ।

ଇନଷ୍ଟାଣ୍ଟ ମେସେଜିଂ ଆପ୍‌ କୁ ସମଗ୍ର ବିଶ୍ୱରେ ୨୦୦ କୋଟିରୁ ଅଧିକ ଲୋକ ବ୍ୟବହାର କରନ୍ତି । ଏହି କାରଣରୁ ୟୁଜରଙ୍କ ଡାଟାକୁ ସୁରକ୍ଷିତ ରଖିବା ହ୍ଵାଟ୍ସଆପର ଏକ ଜରୁରୀ କାମ । ଏଥିପାଇଁ ହ୍ଵାଟ୍ସଆପ୍ ୟୁଜରମାନଙ୍କ ପାଇଁ ସମୟ ସମୟରେ ନୂଆ ସେଫ୍ଟି ଫିଚର୍ସ ଲଞ୍ଚ କରିଥାଏ ।

ନିକଟରେ ହ୍ଵାଟ୍ସ ଆପ୍ ୟୁଜରମାନଙ୍କ ଅନଲାଇନ୍ ଷ୍ଟାଟସକୁ ଲୁଚାଇବା ପାଇଁ ଅନେକ ଫିଚର ଲଞ୍ଚ କରିଥିଲା । ତେବେ ନିକଟରେ ହ୍ଵାଟ୍ସଆପ୍‌ End-to-End Encryption ଫିଚର ଲଞ୍ଚ କରିଥିଲା । ଯାହା ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ । ତେବେ ଏହି ଫିଚର କିପରି କାମ କରେ ଆସନ୍ତୁ ଜାଣିବା ।

ହ୍ଵାଟ୍ସଆପ୍‌ ର ଏହି ଫିଚର ଆପଣଙ୍କ ଚାଟ୍ କୁ ସୁରକ୍ଷିତ ରଖେ । ଏହି ଫିଚର ନାମ ହେଉଛି ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍, ଯାହାର ଅର୍ଥ ହେଉଛି ଚାଟରେ ସେୟାର କରାଯାଉଥିବା ମେସେଜକୁ କେବଳ ସେଣ୍ଡର ଓ ରିସିଭର୍‌ ହିଁ ପଢ଼ି ପାରିବେ । ଉକ୍ତ ମେସେଜକୁ ହ୍ଵାଟ୍ସ ଆପ୍‌ ନିଜେ ବି ପଢ଼ି ପାରିବ ନାହିଁ । ଏହା ସହିତ ହ୍ଵାଟ୍ସଆପରେ ପଠାଯାଇଥିବା ସମସ୍ତ ଫଟୋ, ଭିଡିଓ, ଭଏସ୍ ମେସେଜ୍, ଡକ୍ୟୁମେଣ୍ଟ୍ ଏବଂ କଲ୍ End-to-End Encryption ଫିଚର ଦ୍ୱାରା ସୁରକ୍ଷିତ ରହିଥାଏ । ହ୍ଵାଟ୍ସଆପ୍‌ କହିଛି ଯେ ସମସ୍ତ ମେସେଜ୍‌ ଏକ ଲକ୍ ମାଧ୍ୟମରେ ସୁରକ୍ଷିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.