Below header

କମିସନରେଟ ପୋଲିସର ପୋଷ୍ଟର ପ୍ଲାନ, ଲୁଟେରାଙ୍କୁ ଧରିବାକୁ ନୂଆ ଯୋଜନା

ରାଜଧାନୀରେ ଆପର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ପୋଲିସର ପୋଷ୍ଟର ପ୍ଲାନ । ଲୁଟେରାଙ୍କ ଫଟୋ ଲଗାଇଲା କମିଶନରେଟ ପୋଲିସ ।

ଭୁବନେଶ୍ୱର : ରାଜଧାନୀରେ ଆପର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ପୋଲିସର ପୋଷ୍ଟର ପ୍ଲାନ । ଲୁଟେରାଙ୍କ ଫଟୋ ଲଗାଇଲା କମିଶନରେଟ ପୋଲିସ । ମେଡିକାଲ, ବସଷ୍ଟାଣ୍ଡ, ରେଳଷ୍ଟେସନ ଆଦି ଜନଗହଳିପୂର୍ଣ୍ଣ ସ୍ଥାନରେ ଲୁଟେରାଙ୍କ ପୋଷ୍ଟର ଲଗାଇଛି ପୋଲିସ । ଗତବର୍ଷ ରାଜଧାନୀର ଏକାଧିକ ଆପାର୍ଟମେଣ୍ଟରେ କଳାକନା ବୁଲାଇଥିଲେ ଲୁଟେରା । ସବୁ ଲୁଟର ତରିକା ଏକାଭଳି ଥିବାରୁ ଗୋଟିଏ ଗ୍ୟାଙ୍ଗର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ।

ଏଯାଏ ଆପାର୍ଟମେଣ୍ଟ ଲୁଟେରାଙ୍କ ଟେର୍ ପାଇନି କମିଶନରେଟ ପୋଲିସ । ଏବେ ସେମାନଙ୍କ ପୋଷ୍ଟର ଲଗାଇଛି । ଯେଉଁମାନେ ଏହି ଲୁଟେରାଙ୍କ ସଂପର୍କରେ ସଠିକ ସୂଚନା ଦେବେ ସେମାନଙ୍କୁ ପୁରସ୍କାର ଦିଆଯିବ ।ଗତ କିଛି ଦିନ ହେବ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଆପାର୍ଟେମେଣ୍ଟରୁ ସିରିଜ୍ ଲୁଟ୍ ହୋଇଥିଲା । ଯାହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.