୨୪ ଘଣ୍ଟା ମଧ୍ୟରେ ଅବପାତ, ୩ ତାରିଖ ବେଳକୁ ବାତ୍ୟା ସମ୍ଭାବନା

୨୪ ଘଣ୍ଟା ମଧ୍ୟରେ ଅବପାତ, ୩ ତାରିଖ ବେଳକୁ ବାତ୍ୟା ସମ୍ଭାବନା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହେଉଛି ସୁଦୃଶ୍ୟ ଲଘୁଚାପ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବ ।

୨୪ ଘଣ୍ଟା ମଧ୍ୟରେ ଅବପାତ, ୩ ତାରିଖ ବେଳକୁ ବାତ୍ୟା ସମ୍ଭାବନା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହେଉଛି ସୁଦୃଶ୍ୟ ଲଘୁଚାପ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବ ।

ପରବର୍ତ୍ତୀ ସମୟରେ ଗତି ଓ ଦିଗ ବଜାୟ ରଖିବା ସହ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହେବ । ୩ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ସାଇକ୍ଲୋନର ନାଁ ରହିବ ମିଗଜମ୍ । ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବ । ୪ତାରିଖ ଭୋରରୁ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଓଡ଼ିଶା ପାଇଁ ଏବେ କୌଣସି ୱାର୍ଣ୍ଣିଂ ଜାରି ହୋଇନି । ୩ ତାରିଖ ପରେ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ଆସନ୍ତାକାଲିଠୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେପଟେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବା ନେଇ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ଟ୍ବିଟରେ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହ ଆରମ୍ଭରେ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ପାଇଁ ବାତ୍ୟା ବିପଦ ରହିଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.