ରିଲିଜ ହେଲା କାନ୍ତାରା ଚାପ୍ଟର-୧ର ଫାଷ୍ଟ ଲୁକ୍

ଋଷଭ ସେଟ୍ଟିଙ୍କ ସୁପରହିଟ ପିଲ୍ମ 'କାନ୍ତାରା' । ଏବେ ଏହି ଫିଲ୍ମର ନିର୍ମାତାମାନେ ଫିଲ୍ମର ପ୍ରିକ୍ୱେଲର ଫାଷ୍ଟ ଲୁକ ସେୟାର କରିବା ସହ ଏହାର ଟାଇଟଲ ମଧ୍ୟ ଘୋଷଣା କରିଛନ୍ତି । କାନ୍ତାରାର ଦ୍ଵିତୀୟ ଭାଗର ନାମ ରହିଛି ‘କାନ୍ତାରା ଚାପ୍ଟର –୧’ ।

ଋଷଭ ସେଟ୍ଟିଙ୍କ ସୁପରହିଟ ପିଲ୍ମ ‘କାନ୍ତାରା’ । ଏବେ ଏହି ଫିଲ୍ମର ନିର୍ମାତାମାନେ ଫିଲ୍ମର ପ୍ରିକ୍ୱେଲର ଫାଷ୍ଟ ଲୁକ ସେୟାର କରିବା ସହ ଏହାର ଟାଇଟଲ ମଧ୍ୟ ଘୋଷଣା କରିଛନ୍ତି । କାନ୍ତାରାର ଦ୍ଵିତୀୟ ଭାଗର ନାମ ରହିଛି ‘କାନ୍ତାରା ଚାପ୍ଟର –୧’ । ଏହି ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ବଙ୍ଗାଳୀ ଏବଂ ଇଂରାଜୀରେ ରିଲିଜ ହେବ ।

ପୋଷ୍ଟରରେ ଅଭିନେତା ତଥା ନିର୍ଦ୍ଦେଶକ ଋଷଭ ସେଟ୍ଟୀ ଏକ ଭୟଙ୍କର ରୂପରେ ନଜର ଆସିଛନ୍ତି । ସୂଚନା ଅନୁସାରେ ଫିଲ୍ମର ପ୍ରଥମ ଭାଗ ଅପେକ୍ଷା ଦ୍ଵିତୀୟ ଭାଗ ଅଧିକ ରହସ୍ୟରେ ପରିପୂର୍ଣ୍ଣ ରହିଛି । ଗତବର୍ଷ କାନ୍ତାରା ବିଶ୍ବସ୍ତରରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା । ପ୍ରଥମ ଭାଗ ପରେ ଫ୍ୟାନ୍ସମାନେ ଫିଲ୍ମର ପରବର୍ତ୍ତୀ ଭାଗକୁ ମଧ୍ୟ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଆସନ୍ତାବର୍ଷ ‘କାନ୍ତାରା ଚାପ୍ଟର –୧’ ରିଲିଜ୍ ହେବ ବୋଲି ନିର୍ମାତାମାନେ ସୂଚନା ଦେଇଛନ୍ତି । ଏହାର ସୁଟିଂ ଡିସେମ୍ବର ମାସରେ ଆରମ୍ଭ ହେବ । ଏହି ଫିଲ୍ମଟିର ସୁଟିଂ ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ସରିବ ବୋଲି ଅନୁମାନ କରାଯାଉଛି । ଫିଲ୍ମର ଅଧିକାଂଶ ଭାଗର ସୁଟିଂ ଭାରତରେ ହି କରାଯିବ  । ‘କାନ୍ତାରା’ ଫିଲ୍ମରେ ଭାରତର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳର ଏକ ବିଶ୍ୱସ୍ତରୀୟ କାହାଣୀ ପ୍ରଦର୍ଶିତ କରାଯାଇଥିଲା, ଯାହା ଖୁବ ହୃଦୟସ୍ପର୍ଶୀ ଥିଲା । କମ ବଜେଟରେ ନିର୍ମିତ ଏହି ଫିଲ୍ମ ନିଜ ଷ୍ଟୋରୀ ଯୋଗୁଁ ବକ୍ସଅଫିସରେ ବ୍ଲକବଷ୍ଟର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.