ଡ୍ରୋନ ଦିନି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ୧୫ହଜାର ମହିଳା ଏସଏଚଜିଙ୍କୁ ମିଳିବ ଡ୍ରୋନ୍‌

ଡ୍ରୋନ ଦିଦି ଯୋଜନାର ଶୁଭାରମ୍ଭ। ଆଗାମୀ ତିନି ବର୍ଷ ପାଇଁ ୧୫ହଜାର ମହିଳା ଏସଏଚଜିଙ୍କୁ ଡ୍ରୋନ ଦିଆଯିବ । କୃଷି କ୍ଷେତ୍ରରେ ଏହି ଡ୍ରୋନ ବ୍ୟବହାର କରାଯିବ । ଏହା କ୍ଷେତରେ କୀଟନାଶକ ସିଞ୍ଚନରେ ସହାୟକ ହେବ ।

ଡ୍ରୋନ ଦିଦି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ତିନି ବର୍ଷ ପାଇଁ ୧୫ହଜାର ମହିଳା ଏସଏଚଜିଙ୍କୁ ଡ୍ରୋନ ଦିଆଯିବ । କୃଷି କ୍ଷେତ୍ରରେ ଏହି ଡ୍ରୋନ ବ୍ୟବହାର କରାଯିବ । ଏହା କ୍ଷେତରେ କୀଟନାଶକ ସିଞ୍ଚନରେ ସହାୟକ ହେବ । ଏହି ଯୋଜନା ଦ୍ବାରା ଏସଏଚଜିଗୁଡ଼ିକ ବାର୍ଷିକ ଅତିରିକ୍ତ ଏକ ଲକ୍ଷ ଟଙ୍କା ରୋଜଗାର କରିପାରିବେ ବୋଲି ଆଶା ରହିଛି ।

ଦେଶର ମହିଳାମାନଙ୍କୁ ଶିକ୍ଷା ଏବଂ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ସମସ୍ତ ପ୍ରକାରର ଚେଷ୍ଟା କରୁଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ମନ୍ତ୍ରୀମଣ୍ଡଳରେ ଏକ ନୂଆ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହା ଅଧିନରେ କେନ୍ଦ୍ର ସରକାର ଆଗାମୀ ୩ ବର୍ଷରେ ୧୫ ହଜାର ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଡ୍ରୋନ ପ୍ରଦାନ କରାଯିବ । ଏହି ଯୋଜନାରେ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର ।

ଏହି ଡ୍ରୋନ୍ ସ୍କିମ୍ ମାଧ୍ୟମରେ ଡ୍ରୋନ କୃଷି କ୍ଷେତ୍ରରେ ସାର ଏବଂ କୀଟନାଶକ ସ୍ପ୍ରେ କରିବାରେ ଦକ୍ଷତା ବୃଦ୍ଧି କରିବ । ଏଥିପାଇଁ ପ୍ରାୟ ୧୫ ଦିନର ତାଲିମ ଦିଆଯିବ। ଡ୍ରୋନ ପାଇଲଟଙ୍କୁ ୧୫ ହଜାର ଟଙ୍କା ଏବଂ ସହ-ପାଇଲଟଙ୍କୁ ପ୍ରାୟ ୧୦ ହଜାର ଟଙ୍କା ମିଳିବ । ଆଗାମୀ ଦୁଇବର୍ଷ ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷରେ ମହିଳା ଏସଏଚଜିକୁ ୧୪,୫୦୦ ଡ୍ରୋନ ମିଳିବ । ଏହା ସହିତ ମହିଳାମାନେ ବର୍ଷକୁ ଅତି କମରେ ୧,୦୦,୦୦୦ ଟଙ୍କା ଅତିରିକ୍ତ ଆୟ କରିବାକୁ ସକ୍ଷମ ହେବେ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ୍ରୋନ୍ ଟେକ୍ନୋଲୋଜି ସହିତ ଏସଏଚଜି ଗୁଡ଼ିକୁ ସଶକ୍ତ କରିବାକୁ ଘୋଷଣା କରିଥିଲେ । ଆସନ୍ତା ଚାରି ବର୍ଷ ମଧ୍ୟରେ ଏହି ଡ୍ରୋନ୍ ଯୋଜନାରେ ପ୍ରାୟ ୧୨୬୧ କୋଟି ଟଙ୍କା ଖର୍ଚ୍ଚ ହେବ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଷପତି ଦିଦି ପଦକ୍ଷେପର ଏକ ଅଂଶ ଭାବରେ ଏହି ଯୋଜନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.