ଭିଜିଲାନସ ଜାଲରେ ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀ, ୧୭ଟି ଆକାଉଣ୍ଚ ସହ ନଗଦ ଟଙ୍କା ଜବତ, ରେଡ୍ ଜାରି

ଭିଜିଲାନସ ଜାଲରେ ଭୁବନେଶ୍ୱର ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ପ୍ରକଳ୍ପ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଟିମ୍।

ଭିଜିଲାନସ ଜାଲରେ ଭୁବନେଶ୍ୱର ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ପ୍ରକଳ୍ପ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଟିମ୍। ଭୁବନେଶ୍ବର ଜାଗମରାରେ ଥିବା ତିନିମହଲା କୋଠାର ମୂଲ୍ୟ ଏକକୋଟି ୧୦ଲକ୍ଷ ଟଙ୍କା। ଗଞ୍ଜାମ ଜିଲ୍ଲାର ଆସ୍କା ଠାରେ ଏକ ମାର୍କେଟ କଂପ୍ଲେକ୍ସ ରହିଛି। ନଗଦ ଜବତ ହୋଇଛି ୩ଲକ୍ଷ ୪୦ ହଜାର ଟଙ୍କା।

ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଜାଗମରା ସ୍ଥିତ ପାଢୀ ଭିଲ୍ଲା, ଅଫିସ ଓ ଆସ୍କାରେ ପୈତୃକ ଘରେ ରେଡ୍ ଚାଲିଛି। ରେଡ ବେଳେ ସୁନୀଲଙ୍କର ଏକ କାର ଓ ୨ଟି ବାଇକ ଠାବ ହୋଇଛି। ବିଭିନ୍ନ ବ୍ୟାଙ୍କରେ ୧୭ଟି ଆକାଉଣ୍ଚରେ ଜମାଖାତା ରହିଛି। ବୀମା, ପୋଷ୍ଟାଲ ଓ ଅନ୍ଯ ଡିପୋଜିଟର ଛାନଭିନ ଚାଲିଛି। ଚଢ଼ାଉରେ ୬ ଡିଏସ୍ ପି, ୩ ଇନ୍ସପେକ୍ଟର, ୭ ଜଣ ASI ସାମିଲ ଅଛନ୍ତି।

ଆଜି ସକାଳେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କ ଘରେ ରେଡ୍ କରିଥିଲା ଟିମ୍। ତେବେ ଭିଜିଲାନସ ଅଧିକାରୀ କବାଟ ବାଡେଇବାରୁ ଛାତରୁ ଡେଇଁ ଚମ୍ପଟ ମାରିଥିଲେ ଜେଇ। ଘର ଛାଡି ପାଖ ପଡୋଶୀଙ୍କ ଘରେ ଲୁଚିଥିବାବେଳେ ତାଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନସ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.