Below header

ଦଶପଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା: ଦୁଲୁକୁଛି ଗାଁ ଦାଣ୍ଡ, ଉତ୍ସବ ମୁଖର ସାରା ପରିବେଶ

ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବ ମୁଖର ପୁରା ପରିବେଶ । ଆରମ୍ଭ ହୋଇଯାଇଛି ଦଶପଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା । ଚୈତ୍ରମାସ ଆସିଗଲେ ମାନସିକଧାରୀ ମାନେ ନିଜ ନିଜର ମାନସିକ ପୂରଣ ନିମନ୍ତେ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି ।

ଦଶପଲ୍ଲା(କେନ୍ୟୁଜ): ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବ ମୁଖର ପୁରା ପରିବେଶ । ଆରମ୍ଭ ହୋଇଯାଇଛି ଦଶପଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା । ଚୈତ୍ରମାସ ଆସିଗଲେ ମାନସିକଧାରୀ ମାନେ ନିଜ ନିଜର ମାନସିକ ପୂରଣ ନିମନ୍ତେ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି ।

ଦେହରେ ଗେରୁଆ ବସ୍ତ୍ର ପରିଧାନ କରି, ହାତରେ ମା’ ଙ୍କ ବାନା ଓ ମୟୂରପୁଚ୍ଛ ଧରି ମାନସିକଧାରୀ ମାନେ ଗାଁ କୁ ଗାଁ ବୁଲି ଦଣ୍ଡ ଗ୍ରହଣ କରିବା ସହ ଦଣ୍ଡ ଖେଳିଥାନ୍ତି । ଏହା ଏକ ପାରମ୍ପାରିକ ଲୋକକଳା ହୋଇଥିବାବେଳେ ଦଶପଲ୍ଲା ଅଞ୍ଚଳରେ ବହୁ ଦଣ୍ଡଦଳ ରହିଥିବା ଜଣାପଡ଼ିଛି ।

ସେଥିମଧ୍ୟରୁ ଦଶପଲ୍ଲା ବ୍ଲକ୍ ସ୍ଥିତ ତୁମାଣ୍ଡିରେ କାହୁଁ ରାଜା ରାଜୁଡ଼ା ଅମଳରୁ ଦଣ୍ଡ ଅନୁଷ୍ଠିତ ହୋଇଆସୁଛି । ଦଣ୍ଡନାଚରେ ପ୍ରଥମେ ଧୁଳିଦଣ୍ଡ, ପାଣିଦଣ୍ଡ ଓ ରାତ୍ରୀରେ ଅଗ୍ନିଦଣ୍ଡ କରାଯାଉଥିବା ଶୁଣିବାକୁ ମିଳିଛି । ବାଦ୍ୟ ଓ ତୁରୀର ତାଳେ ତାଳେ ଦଣ୍ଡୁଆ ମାନସିକଧାରୀ ମାନେ ଚାଲିଥାନ୍ତି । ମାନସିକଧାରୀ ମାନେ ଦିନକୁ ଓଳିଏ ଖାଇବା ସହ ବହୁ ନିଷ୍ଠାର ସହ ନିଜ ବ୍ରତକୁ ପାଳନ କରିଥାନ୍ତି ।

ଭକ୍ତି ବିଶ୍ଵାସର ନିଆରା ଯାତ୍ରା ଦଣ୍ଡଯାତ୍ରା । ମାନସକଧାରୀ ଏହି ଯାତ୍ରାରେ ସାମିଲ ହେଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଦୀର୍ଘ ୧୩ ଦିନରୁ ୨୧ ଦିନ ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରାଯାଇଥାଏ ବୋଲି ଜଣାପଡ଼ିଛି । ସର୍ବପୁରାତନ ଲୋକସଙ୍ଗୀତ ତଥା ଲୋକନୃତ୍ୟ କହିଲେ ଦଣ୍ଡଯାତ୍ରାକୁ ବୁଝାଏ ।

ଚୈତ୍ରମାସ ଆସିଗଲେ ଦଣ୍ଡଯାତ୍ରାକୁ ନେଇ ମାନସିକଧାରୀ ଓ ଭକ୍ତ ମାନଙ୍କ ମଧ୍ୟରେ ଖେଳିଯାଏ ଉତ୍ସାହ । ତେବେ ଏହି ଦଣ୍ଡଯାତ୍ରାକୁ ନେଇ ଦଶପଲ୍ଲାରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.