Below header

ପ୍ରତ୍ୟେହ ସକାଳରେ ମନ୍ଦିରରେ ଲାଗୁଛି ଭକ୍ତଙ୍କ ଭିଡ଼, ମନ୍ଦିରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ

ସୁବର୍ଣ୍ଣପୁର ଧେରାପଡ଼ାରେ ଥିବା ମା’ ମହାଲକ୍ଷ୍ମୀ ମନ୍ଦିରରେ ମଧ୍ୟ ବେଶ ଧୁମ୍ ଧାମରେ ମା’ଙ୍କ ପୂଜା କରାଯାଇଛି । ଗତ ୧୮ ତାରିଖରୁ ମାଁ ମହାଲକ୍ଷ୍ମୀଙ୍କୁ ବିଭିନ୍ନ ବେଶରେ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ ।

ପଦ୍ମ ଫୁଲ ଉପରେ ଜଳୁଛି ଦୀପ । ମା’ଙ୍କୁ ମାନସିକ କରି ଦୀପ ଜାଳୁଛନ୍ତି ଭକ୍ତମାନେ । ଝୋଟିର ସୁନ୍ଦର ଚିତ୍ର ସମସ୍ତଙ୍କୁ ବେଶ ଆକର୍ଷିତ କରିଛି । ମା’ଙ୍କର ଗେଣ୍ଡୁ ଫୁଲ ବହୁତ ପସନ୍ଦ । ତେଣୁ ମା’ଙ୍କୁ ଫୁଲରେ ବେଶ ସୁନ୍ଦର ଭାବେ ସଜାଯାଇଛି । ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖି ବି ଲାଖି ରହିଯିବ । ଦେଖୁ ନାହାନ୍ତି ମା’ କେତେ ସୁନ୍ଦର ଦେଖାଯାଉଛନ୍ତି । ଅଙ୍ଗୁର କଦଳୀ ନଡ଼ିଆକୁ ଭୋଗ ଥାଳିରେ ରଖାଯାଇଛି କାହିଁକି ନା ମା’ଙ୍କ ପାଖରେ ଭୋଗ ଲାଗିବ । ମହିଳାମାନେ ଧୂପ ଦୀପ ଦେଇ ମା’ଙ୍କୁ ପୂଜା କରିବାରେ ବ୍ୟସ୍ତ । ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପୁଛି ସମଗ୍ର ଅଞ୍ଚଳ ।

ଆଜି ପବିତ୍ର ମାର୍ଗଶିର ମାସର ଶେଷ ଗୁରୁବାର । ଘରେ ଘରେ ଝୋଟି ଚିତା ସହିତ ମାଣବସା ଗୁରୁବାର ପାଳିତ ହୋଇଯାଇଛି । ତେବେ ସୁବର୍ଣ୍ଣପୁର ଧେରାପଡ଼ାରେ ଥିବା ମା’ ମହାଲକ୍ଷ୍ମୀ ମନ୍ଦିରରେ ମଧ୍ୟ ବେଶ ଧୁମ୍ ଧାମରେ ମା’ଙ୍କ ପୂଜା କରାଯାଇଛି । ଗତ ୧୮ ତାରିଖରୁ ମାଁ ମହାଲକ୍ଷ୍ମୀଙ୍କୁ ବିଭିନ୍ନ ବେଶରେ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ । ଆଜି ମା’ଙ୍କୁ ଗଜ ଲକ୍ଷ୍ମୀ ବେଶରେ ପୂଜା କରାଯାଇଥିବାବେଳେ ଆସନ୍ତା ପୂର୍ଣ୍ଣମୀ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଦର୍ଶନ ଦେବେ ମା’ ଲକ୍ଷ୍ମୀ । ମାର୍ଗଶିର ମାସର ପ୍ରତ୍ୟେହ ସକାଳରେ ମନ୍ଦିରରେ ଭିଡ ଲଗୁଥିବାବେଳେ ସନ୍ଧ୍ୟା ସମୟରେ ମହା ଆଳତୀ କରାଯାଉଛି । ଭକ୍ତ ଶ୍ରଦ୍ଧାଳୁ ମାନେ ସାମୁହିକ ଦର୍ଶନ କରି ମା’ଙ୍କ କୃପା ଲାଭ କରୁଛନ୍ତି ।

ମା’ଙ୍କ ଉପରେ ଅଗାଢ଼ ବିଶ୍ୱାସକୁ ନେଇ ଭକ୍ତମାନେ ମନ୍ଦିରକୁ ଆସନ୍ତି । ମନ୍ଦିରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ, ଯେଉଁଥିପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.