Below header

ଅଲଗା ହେବେ ବର୍ଷା-ଅନୁଭବ, ବିବାହ ବିଚ୍ଛେଦ ପାଇଁ ମିଳିଲା ଅନୁମତି

ଅଲଗା ହେବେ ବର୍ଷା-ଅନୁଭବ। ବିବାହ ବିଚ୍ଛେଦ ପାଇଁ ତାଙ୍କୁ ମିଳିଲା ଅନୁମତି। ଆଜି ହାଇକୋର୍ଟ କେବଳ ଅନୁମତି ଦେଇନାହାଁନ୍ତି ବରଂ ପରିବାର ଅଦାଲତର ବିବାହ ବିଚ୍ଛେଦ ରାୟକୁ ମଧ୍ୟ ଖାରଜ କରିଛନ୍ତି। ତେବେ ପୂର୍ବରୁ ତଳ କୋର୍ଟ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସାଂସଦ ଅନୁଭବ ମହାନ୍ତି । କୋର୍ଟ ଏହି ଆବେଦନକୁ ଗ୍ରହଣ କରି ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ।

କଟକ : ଅନୁଭବ-ବର୍ଷ। ବିବାହ ବିଚ୍ଛେଦ ମାମଲାରେ ନୂଆ ମୋଡ଼। ଅଲଗା ହେବେ ବର୍ଷା-ଅନୁଭବ। ବିବାହ ବିଚ୍ଛେଦ ପାଇଁ ତାଙ୍କୁ ମିଳିଲା ଅନୁମତି। ଆଜି ହାଇକୋର୍ଟ କେବଳ ଅନୁମତି ଦେଇନାହାଁନ୍ତି ବରଂ ପରିବାର ଅଦାଲତର ବିବାହ ବିଚ୍ଛେଦ ରାୟକୁ ମଧ୍ୟ ଖାରଜ କରିଛନ୍ତି। ତେବେ ପୂର୍ବରୁ ତଳ କୋର୍ଟ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସାଂସଦ ଅନୁଭବ ମହାନ୍ତି । କୋର୍ଟ ଏହି ଆବେଦନକୁ ଗ୍ରହଣ କରି ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ।

ପୂର୍ବରୁ ଅନେକ ଥର ଅନୁଭବ ଭିଡିଓ ମାଧ୍ୟମରେ ବର୍ଷାଙ୍କୁ ଛାଡ଼ପତ୍ର ସ୍ୱୀକାର କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ବର୍ଷା ଏହି ଛାଡ଼ପତ୍ର ସ୍ୱୀକାର କରିବାକୁ ଚାହିଁ ନଥିଲେ । ତେବେ ଏହି ଦୁଇ ଓଲିଉଡ଼୍‍ ଷ୍ଟାର୍‌ଙ୍କ ଘରକଳି ବାହାରେ ପଡ଼ିଥିବା ବେଳେ ଦୁହେଁ ଦୁହିଁଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ୨୦୧୪ ଫେବୃଆରୀ ୮ ରେ ଅନୁଭବ ବର୍ଷାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା। ଫଳରେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ୍‌ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ରେ ପିଟିସନ୍‌ ଦାଖଲ କରିଥିଲେ। ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

୨୦୨୧, ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟ ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ଅନ୍ୟପକ୍ଷରେ ବର୍ଷା ମଧ୍ୟ କଟକ ପରିବାର ଅଦାଲତରେ ଏକାଠି ରହିବା ପାଇଁ ପୁଣି ଏକ ଆବେଦନ ଦାୟର କରିଥିଲେ। ବିବାଦର ସମାଧାନ ପାଇଁ ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିଲା। ଉଭୟ ମାମଲାର ଏକତ୍ର କଟକ ପରିବାର ଅଦାଲତରେ ଶୁଣାଣି ହୋଇଥିଲା। ଆଉ ଏବେ ହାଇକୋର୍ଟ ବିବାହ ବିଛେଦ ପାଇଁ ଅନୁମତି ଦେଇଛନ୍ତି ।

ତେବେ ପୂର୍ବରୁ ବିବାହ ବିଚ୍ଛେଦକୁ ନେଇ ଅନୁଭବ ଭିଡିଓ ମାଧ୍ୟମରେ ଅନେକ କିଛି କହିଥିବା ବେଳେ ପୁଣି ଅକ୍ଟୋବର ୧୦ ତାରିଖରେ ସୋସିଆଲ୍‌ ମିଡିଆରେ ଭିଡିଓ କରି ଛାଡ଼ପତ୍ର ସ୍ୱୀକାର କରିବାକୁ ଅନୁରୋଧ କରିଛନ୍ତି । ସେ ବର୍ଷାଙ୍କୁ ଭିଡିଓ ମାଧ୍ୟମରେ ବାରମ୍ବାର କହିଛନ୍ତି ଯେ, ଆମେ ଦୁଇ ବନ୍ଧୁ ହୋଇ ରହିବା ମିଳିମିଶି ଛାଡ଼ପତ୍ର ସ୍ୱୀକାର କରିନେବା । ହେଲେ ଏକଥାକୁ ଗ୍ରହଣ କରିନଥିଲେ ବର୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.