Below header

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଲାଗିବ ୧୫୧ଟି ବନାରସୀ ପାନ, ଜାଣନ୍ତୁ କାହିଁକି ପୂଜାରେ ଲାଗିଥାଏ ପାନ

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମସ୍ତ ବିଧି ବିଧାନର ସହିତ କରାଯିବ । ଜାନୁୟାରୀ ୨୨ ରେ ପ୍ରାଣ ପ୍ରତିଷ୍ଠାର ଶୁଭ ସମୟ ଦ୍ୱିପ୍ରହର ୧୨.୨୯ ମିନିଟ ୮ ସେକେଣ୍ଡରୁ ୧୨.୩୦ ମିନିଟ୍ ୩୨ ସେକେଣ୍ଡ ଏବଂ ଏହି ସମୟ ମୋଟ ୮୪ ସେକେଣ୍ଡ ପର୍ଯ୍ୟନ୍ତ ରହିବ ।

୨୦୨୪ର ପ୍ରଥମ ମାସ ଇତିହାସରେ ଲେଖା ଯିବ । ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ। ଦୀର୍ଘ ଦିନ ଧରି ସରକାର ଏବଂ ପ୍ରଶାସନ ଏଥିପାଇଁ କାର୍ଯ୍ୟ କରିଆସୁଛନ୍ତି । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମସ୍ତ ବିଧି ବିଧାନର ସହିତ କରାଯିବ । ଜାନୁୟାରୀ ୨୨ ରେ ପ୍ରାଣ ପ୍ରତିଷ୍ଠାର ଶୁଭ ସମୟ ଦ୍ୱିପ୍ରହର ୧୨.୨୯ ମିନିଟ ୮ ସେକେଣ୍ଡରୁ ୧୨.୩୦ ମିନିଟ୍ ୩୨ ସେକେଣ୍ଡ ଏବଂ ଏହି ସମୟ ମୋଟ ୮୪ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ପ୍ରଭୁ ରାମଙ୍କୁ ୫୬ ପ୍ରକାରର ଭୋଗ ଅର୍ପଣ କରାଯିବ । ସେଥିମଧ୍ୟରୁ ଗୋଟିଏ ହେଉଛି ପାନ ପତ୍ର । କେବଳ ଗୋଟିଏ ପାନ ନୁହେଁ ଶ୍ରୀରାମଙ୍କ ନିକଟରେ ୧୫୧ଟି ପାନ ପତ୍ର ଭୋଗ ଲଗାଯିବ । ଏହା ପଛରେ କଣ ଧାର୍ମିକ ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା ।

ହିନ୍ଦୁ ଧର୍ମରେ ପୂଜା ପାଇଁ ଅନେକ ସାମଗ୍ରୀ ବ୍ୟବହାର କରାଯାଇଥାଏ । ପାନ ପତ୍ର ବିନା କୌଣସି ପୂଜା ସମ୍ପୂର୍ଣ୍ଣ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି । ପୁରାଣ ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଦେବତା ଏବଂ ଅସୁରମାନେ ପୂଜାରେ ପାନ ପତ୍ର ବ୍ୟବହାର କରିଥିଲେ ଏବଂ ଏହି କାରଣରୁ ପ୍ରତ୍ୟେକ ବିଶେଷ ପୂଜାରେ ପାନ ପତ୍ର ବ୍ୟବହାର କରାଯାଏ । ବିଶ୍ୱାସ କରାଯାଏ ଯେ ମା’ ଲକ୍ଷ୍ମୀ, ଭଗବାନ ବିଷ୍ଣୁଙ୍କ ସମେତ ଅନେକ ଦେବତା ପାନ ପତ୍ରରେ ବାସ କରନ୍ତି । ଏହି କାରଣରୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପାନ ପତ୍ର ଅର୍ପଣ କରାଯିବ ।

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ବନାରସରୁ ୧୫୧ ଟି ସ୍ୱତନ୍ତ୍ର ପାନ ପତ୍ର ରାମଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବ । ୧୫୧ଟି ପାନ ବ୍ୟତୀତ ୧୦୦୦ଟି ପାନ ପାଇଁ ଅର୍ଡର ରଖାଯାଇଛି ଯାହା ପ୍ରସାଦ ଭାବରେ ଭକ୍ତଙ୍କ ମଧ୍ୟରେ ବଣ୍ଟନ ହେବ । ଭୋଗ ପାଇଁ ଏହି ପାନ ବନାରସର ରିଙ୍କୁ ଚୌରାସିଆ ପ୍ରସ୍ତୁତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.