ନୟନତାରାଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣନୀ’କୁ ନେଇ ଥାନାରେ ମାମଲା ରୁଜୁ, ଧାର୍ମିକ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ

ରମେଶ ସୋଲାଙ୍କି ନିଜ ଟ୍ଵିଟର ଆକାଉଣ୍ଟରେ ନୟନତାରାଙ୍କ ଏହି ଫିଲ୍ମ ହିନ୍ଦୁ ବିରୋଧୀ ବୋଲି କହିଛନ୍ତି । ଫିଲ୍ମରେ ଅନେକ ଜିନିଷ ବିବାଦୀୟ ବୋଲି କହିଛନ୍ତି । ଏହି ଫିଲ୍ମ ଲଭ-ଜିହାଦକୁ ପ୍ରୋତ୍ସାହନ ଦେଉଛି ବୋଲି ସେ କହିଛନ୍ତି ।

ସାଉଥ ଠାରୁ ଆରମ୍ଭ କରି ବଲିଉଡ ଇଣ୍ଡଷ୍ଟ୍ରୀ ଯାଏଁ ଅଭିନେତ୍ରୀ ନୟନତାରାଙ୍କ ଅନେକ ଫ୍ୟାନ୍ସ ରହିଛନ୍ତି । ତାଙ୍କ ଫିଲ୍ମକୁ ନେଇ ଫ୍ୟାନ୍ସ ସବୁବେଳେ ଚାହିଁ ରହିଥାନ୍ତି । ନୟନତାରାଙ୍କ ଅପକମିଂ ଫିଲ୍ମ ‘ଅନ୍ନପୂର୍ଣ୍ଣନୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମ ଯୋଗୁଁ ଅଭିନେତ୍ରୀ ଜଣକ ବିବାଦରେ ଫସିଛନ୍ତି । ଏହି ଫିଲ୍ମ ନାଁରେ ଅଭିଯୋଗ ଦାୟର କରାଯାଇଛି । ଏହି ଫିଲ୍ମ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ମୁମ୍ବାଇ ପୋଲିସ ଏହି ମାମଲାକୁ ନେଇ ଫିଲ୍ମର ମେକର୍ସ ଉପରେ ଏଫଆଇଆର ଦାଏର କରିଛି । ପୂର୍ବ ଶିବସେନା ନେତା ରମେଶ ସୋଲାଙ୍କି ଫିଲ୍ମକୁ ନେଇ ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁଯାୟୀ, ଫିଲ୍ମଟି ହିନ୍ଦୁ ସମୁଦାୟ ଭାବନାକୁ ଆଘାତ ଦେଉଛି । ଅନ୍ନପୂର୍ଣ୍ଣନୀ ଫିଲ୍ମକୁ ନେଇ ସେ ପୋଲିସରେ ଅଭିଯୋଗ କରିଥିଲେ । କିନ୍ତୁ ମାମଲାର ଶୁଣାଣି ନ ହେବାରୁ ମେକର୍ସ ଭଗବାନ ରାମଙ୍କୁ ଅପମାନ କରିଥିବା ଅଭିଯୋଗ କରିଛନ୍ତି ।

ରମେଶ ସୋଲାଙ୍କି ନିଜ ଟ୍ଵିଟର ଆକାଉଣ୍ଟରେ ନୟନତାରାଙ୍କ ଏହି ଫିଲ୍ମ ହିନ୍ଦୁ ବିରୋଧୀ ବୋଲି କହିଛନ୍ତି । ଫିଲ୍ମରେ ଅନେକ ଜିନିଷ ବିବାଦୀୟ ବୋଲି କହିଛନ୍ତି । ଏହି ଫିଲ୍ମ ଲଭ-ଜିହାଦକୁ ପ୍ରୋତ୍ସାହନ ଦେଉଛି ବୋଲି ସେ କହିଛନ୍ତି । ତେଣୁ ମେକର୍ସଙ୍କ ସହିତ ନେଟଫ୍ଲିକ୍ସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଏହି ଫିଲ୍ମରେ ଅଭିନେତ୍ରୀଙ୍କ ବାପା ଜଣେ ପୂଜାରୀ ଭାବେ ନଜର ଆସିଛନ୍ତି । ଯିଏ ଭଗବାନ ବିଷ୍ଣୁଙ୍କ ବିଶ୍ୱାସ କରି ତାଙ୍କ ପାଇଁ ଭୋଗ ପ୍ରସ୍ତୁତ କରନ୍ତି । ସେହିପରି ତାଙ୍କ ଝିଅ ମାଂସ ଖାଉଥିବା ବେଳେ ମୁସଲମାନକୁ ପ୍ରେମ କରି ବସୁଛି ଏବଂ ରମଜାନ ଇଫତାର କରୁଥିବାର ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.