ସାମ୍ନାକୁ ଆସିଲା ଧନୁଷଙ୍କ ଫିଲ୍ମ ‘କ୍ୟାପଟେନ ମିଲର’ର ଟ୍ରେଲର, ଖୁବ୍‌ଶୀଘ୍ର ସିନେମା ହଲ୍‌ରେ ହେବ ରିଲିଜ୍‌

ସାଉଥ ସୁପରଷ୍ଟାର ଧନୁଷଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କ୍ୟାପଟେନ ମିଲର’ର ଟ୍ରେଲର ରିଲିଜ୍‌ ହୋଇଛି । ଏହା ସହ ଟ୍ରେଲରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଧନୁଷ କେବଳ ଆକ୍ସନ୍ କରୁଥିବା ଦେଖିବା ପାଇଁ ମିଳିଛି । ଧନୁଷଙ୍କ ଫ୍ୟାନ୍ସ ଏହି ଟ୍ରେଲର ଦେଖିବା ପରେ ଏବେ ଫିଲ୍ମ ଦେଖିବା ପାଇଁ ବହୁତ ଉତ୍ସାହିତ ସହ ଅପେକ୍ଷା କରିଛନ୍ତି ।

ସାଉଥ ସୁପରଷ୍ଟାର ଧନୁଷଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କ୍ୟାପଟେନ ମିଲର’ର ଟ୍ରେଲର ରିଲିଜ୍‌ ହୋଇଛି । ଯେଉଁଥିରେ ଅଭିନେତା ଧନୁଷଙ୍କୁ ଏକ ଦମ୍‌ଦାର ଭୂମିକାରେ ନଜର ଆସିଛନ୍ତି । ତାଙ୍କର ନୂତନ ଏବଂ ଦମ୍‌ଦାର ରୋଲ୍‌ ଦେଖିଲେ ଆପଣଙ୍କ ରୋମ ମଧ୍ୟ ଟାଙ୍କୁରି ଉଠିବ । ଏହା ବ୍ୟତୀତ ଏହି ଫିଲ୍ମରେ ଧନୁଷଙ୍କ ଲୁକକୁ ମଧ୍ୟ ବହୁତ ପ୍ରଶଂସା ମିଳିଛି ।

‘କ୍ୟାପଟେନ୍ ମିଲର’ରେ ଧନୁଷଙ୍କ ଲୁକ୍ ସହିତ ତାଙ୍କ ଅଭିନୟ ମଧ୍ୟ ସମସ୍ତଙ୍କୁ ବହୁତ ପସନ୍ଦ ଆସିଛି । ତେବେ ୨ ମିନିଟ୍‌ ୫୪ ସେକେଣ୍ଡ ଟ୍ରେଲରରେ ଦେଖିବାକୁ ମିଳିଛି ଯେ ଧନୁଷ ବ୍ରିଟିଶମାନଙ୍କ ବିରୁଦ୍ଧରେ ଏକା ଫାଇଟ୍‌ କରୁଛନ୍ତି । ତେବେ ଏହି ଟ୍ରେଲରକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ ଯେ ସେ ବ୍ରିଟିଶମାନଙ୍କଠାରୁ ଏକ ଗାଁକୁ ସୁରକ୍ଷା ଦେଉଛନ୍ତି । ଏହା ସହ ଧନୁଷ ମାରିବା ଠାରୁ ମରିବା ପର୍ଯ୍ୟନ୍ତ କୌଣସି କଥାକୁ ଡରୁ ନାହାନ୍ତି ।

‘କ୍ୟାପଟେନ୍ ମିଲର’ର ଟ୍ରେଲରରେ ଧନୁଷ ଏକ ଧମାକାଦାର ଡାଇଲୋଗ କହିଛନ୍ତି ଯେ‘ ତୁମେ ନିଶ୍ଚୟ ଶୟତାନ ବିଷୟରେ ଶୁଥିଥିବ ’, ଆଉ ମୁଁ ସେହି ଶୟତାନ ଯାହାକୁ ଲୋକମାନେ କ୍ୟାପଟେନ ମିଲର ବୋଲି କୁହନ୍ତି । ତେବେ ଧନୁଷ ଏପରି କହିବା ପାରେ ସେହି ବ୍ରିଟିଶମାନଙ୍କ ଉପରେ ଗୁଳି ଚଲାଇବା ଆରମ୍ଭ କରିଛନ୍ତି । ଏହା ସହ ଟ୍ରେଲରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଧନୁଷ କେବଳ ଆକ୍ସନ୍ କରୁଥିବା ଦେଖିବା ପାଇଁ ମିଳିଛି । ଧନୁଷଙ୍କ ଫ୍ୟାନ୍ସ ଏହି ଟ୍ରେଲର ଦେଖିବା ପରେ ଏବେ ଫିଲ୍ମ ଦେଖିବା ପାଇଁ ବହୁତ ଉତ୍ସାହିତ ସହ ଅପେକ୍ଷା କରିଛନ୍ତି ।

ଧନୁଷଙ୍କ ଫିଲ୍ମ ‘କ୍ୟାପଟେନ ମିଲର’ ଅରୁଣ ମାଥେଶ୍ୱରନ ନିର୍ଦ୍ଦେଶନା ଦେଇଛନ୍ତି । ଧନୁଷଙ୍କ ବ୍ୟତୀତ ପ୍ରିୟଙ୍କା ଅରୁଲ ମୋହନ, ଶିବରାଜ କୁମାର, ନିବେଦିତା ସତୀଶ, ବିନୟକନ ଏବଂ ସନ୍ଦୀପ କିଶନଙ୍କ ଭଳି ଷ୍ଟାର ମୁଖ୍ୟ ଭୂମିକାରେ ନଜର ଆସିବା ପାଇଁ ଯାଉଛନ୍ତି । ଏହି ଫିଲ୍ମଟି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ଅର୍ଥାତ୍ ସେନ୍ସର ବୋର୍ଡରୁ U/A ସାର୍ଟିଫିକେଟ୍ ପାଇଛି । ତେବେ ଫିଲ୍ମ ‘କ୍ୟାପଟେନ ମିଲର’ ହିନ୍ଦୀ ବ୍ୟତୀତ ଜାନୁଆରୀ ୧୨ରେ ଅନେକ ସାଉଥ୍‌ ଭାଷାରେ ସିନେମା ହଲ୍‌କୁ ଆସିବା ପାଇଁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.