Below header

ବାପା ଝିଅ କଲେ କମାଲ, ଏକା ସଙ୍ଗେ ପାଇଲେ ସରକାରୀ ଚାକିରି

ବାପା, ଝିଅଙ୍କୁ ଏକାସଙ୍ଗେ ମିଳିଛି ସରକାରୀ ଚାକିରି । ଚର୍ଚ୍ଚାରେ ବାପା ଝିଅ । ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲା ବିଷୟରେ । ଯେଉଁଠାରେ ଉଭୟ ବାପା ଏବଂ ଝିଅ ଏକ ପରୀକ୍ଷାରେ ଏକାଠି ସଫଳତା ହାସଲ କରିଛନ୍ତି । ବାପା ଏବଂ ଝିଅର ସଫଳତା କୁ ନେଇ ବେଶ୍‌ ଆଲୋଚନା ହେଉଛି ।

ସବୁଆଡ଼ୁ ଛୁଟିଛି ପ୍ରଶଂସାର ସୁଅ । ବାଃ ବାଃରେ ପୂରି ଉଠୁଛି ଗାଁ ଦାଣ୍ଡ । ସମସ୍ତେ ଆଶ୍ଚର୍ଯ୍ୟ ଚକିତ । ଆପଣ ଭାବୁଥିବେ ଏମିତି କଣ ହୋଇଛି କି ପ୍ରଶଂସାର ସୁଅ ଛୁଟିଛି କାହିଁକି? କାହାକୁ ପ୍ରଶଂସା କରାଯାଉଛି ଏବଂ କାହିଁକି । ତେବେ ଆମେ କହିରଖୁଛୁ ବାପା, ଝିଅଙ୍କୁ ଏକାସଙ୍ଗେ ମିଳିଛି ସରକାରୀ ଚାକିରି । ଚର୍ଚ୍ଚାରେ ବାପା ଝିଅ ।

କୁହାଯାଏ ଯଦି ତୁମର ଦୃଢ଼ ଇଚ୍ଛାଶକ୍ତି କାମରେ ନିଷ୍ଠା ଆଉ ଏକାଗ୍ରତା ରହିଛି ତେବେ ସଫଳତା ଆପଣଙ୍କ ପାଦ ତଳେ ଆସି ପହଞ୍ଚିବ । ଯଦି ସଫଳତା ଦ୍ୱିଗୁଣିତ ହୁଏ ତେବେ ତାକୁ କଣ ବା କୁହାଯାଇ ପାରେ । ତେବେ ପାଠ ପଢ଼ିବା ପାଇଁ କୌଣସି ବୟସ ସୀମା ରହିନଥାଏ । ବୟସ କେବେ ପାଠ ପଢ଼ିବାରେ ପ୍ରତିବନ୍ଧକ ହୋଇପାରେ ନାହିଁ । ପାଠ ପଢ଼ିବା ପାଇଁ ଆଗ୍ରହ ଥିଲେ ଯେକୌଣସି ବୟସରେ ଆପଣ ସଫଳତା ହାସଲ କରିପାରିବେ । ଆମେ କହୁଛୁ ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲା ବିଷୟରେ । ଯେଉଁଠାରେ ଉଭୟ ବାପା ଏବଂ ଝିଅ ଏକ ପରୀକ୍ଷାରେ ଏକାଠି ସଫଳତା ହାସଲ କରିଛନ୍ତି । ବାପା ଏବଂ ଝିଅର ସଫଳତା କୁ ନେଇ ବେଶ୍‌ ଆଲୋଚନା ହେଉଛି । ସମସ୍ତେ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି ।

ବାସ୍ତବରେ ସୁଲତାନପୁର ଜିଲ୍ଲାର ବାଲଡିରାଇ ତହସିଲ ଅନ୍ତର୍ଗତ ଜବାହର ତିୱାରୀ ଗାଁର ବାସିନ୍ଦା ରବିନ୍ଦ୍ର ତ୍ରିପାଠୀଙ୍କ ଘରକୁ ଅଭିନନ୍ଦନ ଜଣାଇବା ପାଇଁ ବହୁ ସଂଖ୍ୟାରେ ଲୋକ ପହଞ୍ଚିଛନ୍ତି । କାରଣ SSC ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇଛନ୍ତି ବାପ ଝିଅ । ରବିନ୍ଦ୍ର ତ୍ରିପାଠୀ ୨୦୧୯ ରେ ଭାରତୀୟ ସେନାରୁ ଅବସର ନେଇଥିଲେ। ଏହା ପରେ, ଯେତେବେଳେ ସେ ଘରକୁ ଆସିଲେ,ଘରେ ଏକା ବସି ବସି ବିରକ୍ତ ହୋଇଯାଇଥିଲେ । ସେ ଅନୁଭବ କଲେ ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସେନାରେ ରହି ଦେଶ ସେବା କରିଛନ୍ତି, ତେବେ ବର୍ତ୍ତମାନ କିଛି ସମାଜର ସେବା କରିବାକୁ ଚାହାଁନ୍ତି । ତେଣୁ ସେ ଝିଅ ପ୍ରିୟା ତ୍ରିପାଠୀ ସହ ପାଠ ପଢ଼ିବା ଆରମ୍ଭ କରିଦେଇଥିଲେ । ଯେତେବେଳେ ସେ ଯେଉଁ ପାଠ ନ ବୁଝଇପାରନ୍ତି ଝିଅଠୁ ପଚାରି ବୁଝି ଦିଅନ୍ତି ଏଥିସହ ଝିଅକୁ ମଧ୍ୟ ପାଠ ପଢ଼ାଇ ଥାଆନ୍ତି ।

ଏମିତି ପାଠ ପଢ଼ୁ ପଢ଼ୁ ବାପ ଓ ଝିଅ ଲକ୍ଷ୍ମୌରେ ରାଜସ୍ବ ଲେଖପାଲ ପରୀକ୍ଷା ଦେଇଥିଲେ। ଉତ୍ତରପ୍ରଦେଶ ଅଧୀନସ୍ତ ସେବା ଚୟନ ଆୟୋଗ ଦ୍ବାରା ଆୟୋଜିତ ଲେଖପାଲ ପରୀକ୍ଷାର ଫଳାଫଳ ସାମ୍ନାକୁ ଆସିଥିଲା। ଏଥିରେ ବାପ ଓ ଝିଅ ଦୁହେଁ ପରୀକ୍ଷାରେ ଏକାସାଙ୍ଗେ ସରକାରୀ ଚାକିରି ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ।ତେବେ ରବିନ୍ଦ୍ର ପୂର୍ବରୁ ୨୦୨୧ରୁ ପୋଲିସର ସବ୍‌ ଇନ୍ସପେକ୍ଟର ପଦ ପାଇଁ ଚୟନ ହୋଇଥିବା ବେଳେ ଝିଅ ପ୍ରିୟା ତ୍ରିପାଠୀ ଓ ପୁଅ ଦିପେନ୍ଦ୍ର ତ୍ରିପାଠୀଙ୍କ ସହ ଲକ୍ଷ୍ମୌରେ ବ୍ୟାଙ୍କିଂ ସେକ୍ଟରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲେ। ହେଲେ ସେଥିରେ ସଫଳତା ନମିଳିବାରୁ ଲେଖପାଲ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରିଥିଲେ । ବାପ ଝିଅଙ୍କ ଏହି ସଫଳତାରେ ପରିବାର ସଦସ୍ୟଙ୍କ ଖୁସିର ସୀମା ନାହିଁ, ପରିବାରର ପୁରୁଖା ଲୋକେ କହିଛନ୍ତି । ଆଜି ସେମାନଙ୍କ ପରିବାରକୁ ଦୁଇଗୁଣ ଖୁସି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.