Below header

ନିଜ ପସନ୍ଦରେ ବାଛି ପାରିବେ ଭଡ଼ାର ମୂଲ୍ୟ, ଖୁବଶୀଘ୍ର ଆସୁଛି Uberର ନୂଆ ଫିଚର

Uber ଗତ ବର୍ଷ ଅକ୍ଟୋବରରେ Uber ଫ୍ଲେକ୍ସ ଫିଚରକୁ ନେଇ ପରୀକ୍ଷା କରିବା ଆରମ୍ଭ କରିଥିଲା । Uber କହିଛି ଯେ ଭାରତର କିଛି ମାର୍କେଟରେ ହିଁ ଏହି ଫିଚରକୁ ନେଇ କାମ କରାଯାଉଛି ।

ଯଦି ଆପଣ ପ୍ରତ୍ୟେକ ଦିନ Uberରେ ଟ୍ରାଭେଲ କରୁଛନ୍ତି କିନ୍ତୁ ଏହାର ଭଡ଼ାର ଦାମକୁ ନେଇ ଚିନ୍ତା କରୁଛନ୍ତି । ତେବେ ଏହି ସମସ୍ୟାର ସମାଧାନ ଖୁବଶୀଘ୍ର ମିଳିବ । ରାଇଡ୍ ହେଲିଂ କମ୍ପାନୀ ‘Uber ଫ୍ଲେକ୍ସ’ ନାମକ ଏକ ଫିଚର ଉପରେ କାମ କରୁଛି ଯାହା ୟୁଜରମାନଙ୍କୁ ସେମାନଙ୍କ ପସନ୍ଦକୁ ନେଇ ଭଡା ବାଛିବା ପାଇଁ ଅନୁମତି ଦେବ ।

ରିପୋର୍ଟରୁ ଜଣାପଡିଛି ଯେ Uber ଗତ ବର୍ଷ ଅକ୍ଟୋବରରେ Uber ଫ୍ଲେକ୍ସ ଫିଚରକୁ ନେଇ ପରୀକ୍ଷା କରିବା ଆରମ୍ଭ କରିଥିଲା । Uber କହିଛି ଯେ ଭାରତର କିଛି ମାର୍କେଟରେ ହିଁ ଏହି ଫିଚରକୁ ନେଇ କାମ କରାଯାଉଛି ।

Uber ଫ୍ଲେକ୍ସ ସାଧାରଣ ସ୍ପିଡ୍‌ ମୂଲ୍ୟ ବଦଳରେ ବୁକିଂ କରିବା ସମୟରେ ୟୁଜରମାନଙ୍କ ପାଇଁ ୯ଟି ଭିନ୍ନ ପ୍ରାଇସ୍‌ ପସନ୍ଦ କରିବାର ଅପ୍ସନ ଦେଇଥାଏ । ଏହି ଅପ୍ସନ ମଧ୍ୟରୁ ଗୋଟିଏ ଦାମ ଡିଫଲ୍ଟ ଅପ୍ସନ ସେଟ୍ ହୋଇଛି । ଯେତେବେଳେ ଜଣେ ୟୁଜର ଏହି ନଅଟି ଅପ୍ସନରୁ ଏକ ସ୍ପେସିଫିକ୍‌ ଭଡା ପସନ୍ଦ କରନ୍ତି, ସେତେବେଳେ ନିକଟରେ ଥିବା ଡ୍ରାଇଭରଙ୍କ ସହିତ ସେୟାର ହୋଇଯାଏ ।

ଡ୍ରାଇଭରମାନେ ୟୁଜରଙ୍କ ରିକ୍ୱେଷ୍ଟକୁ ଗ୍ରହଣ କରିବେ କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରେ । କିନ୍ତୁ ଏହି ସୁବିଧା ଦ୍ୱାରା ୟୁଜରମାନେ ଅନେକ କ୍ଷେତ୍ରରେ ଲାଭ ପାଇବେ ଏବଂ କମ ମୂଲ୍ୟ ଦେଇ ଦୂର ବାଟକୁ ଯାତ୍ରା କରିପାରିବେ । ଖୁବଶୀଘ୍ର ଆପଣ ଏହି ଫିଚରର ଲାଭ ଉଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.