ବାଂଲାଦେଶରେ ମତଦାନ ଭିତରେ ହିଂସା; ଚଟଗାଁଓରେ ୨ ଜଣଙ୍କୁ ଗୁଳି କରି ହତ୍ୟା, ଜାଳିଦେଲେ ପୋଲିଂ ବୁଥ୍‌

ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଜାରି ଥିବାବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଚଟଗାଁଓ-୧୦ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାହାଡ଼ି କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ୨ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଜାରି ଥିବାବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଚଟଗାଁଓ-୧୦ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାହାଡ଼ି କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ୨ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । କିଛି ସ୍ଥାନରେ ପୋଲିଂ ବୁଥ୍‌ ମଧ୍ୟ ଜାଳି ଦିଆଯାଇଛି ।

ଏହି ଅଞ୍ଚଳରେ ନାଓର ପ୍ରାର୍ଥୀ ମହମ୍ମଦ ମୋହିଉଦ୍ଦୀନ ରହିଥିବାବେଳେ ସ୍ୱାଧୀନ ଭାବରେ ଚଟଗାଁଓ ନଗର ନିଗମର ପୂର୍ବତନ ମେୟର ମହମ୍ମଦ ମଞ୍ଜୁର ଆଲମ୍‌ ନିର୍ବାଚନ ଲଢ଼ୁଛନ୍ତି । ଚଟଗାଁଓ ମଟ୍ରୋପଲିଟାନ ପୋଲିସ ଡିସି (ଉତ୍ତର) ଏହି ଗୁଳିକାଣ୍ଡ ଘଟଣାକୁ ନିଶ୍ଚିତ କରିଛି ।

ଏହାସହିତ ବିଶୃଙ୍ଖଳା ଅଭିଯୋଗରେ ଚଟଗାଁଓର ମହିଳା ଚେୟାରମ୍ୟାନଙ୍କୁ ପୋଲିସ ଗିରଫ କରିଛି । ବାଂଲାଦେଶରେ ୩୭ଟି ସ୍ଥାନରେ ଅନିୟମିତତା ଏବଂ ବିଶୃଙ୍ଖଳା ନେଇ ଖବର ଆସିଛି । ଏହାଛଡ଼ା ନକଲି ଭୋଟିଂ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି ।

ମତଦାନ ଆରମ୍ଭ ପୂର୍ବରୁ ଦେଶର ୧୦ଟି ଜିଲ୍ଲାରେ ହିଂସା ଦେଖିବାକୁ ମିଳିଥିଲା। ହିଂସା ବେଳେ ୧୪ଟି ମତଦାନ କେନ୍ଦ୍ର ଏବଂ ସ୍କୁଲରେ ହିଂସାକାରୀମାନେ ନିଆଁ ଲଗାଇ ଦେଇଥିଲେ । ଶେଖ୍‌ ସୁନ୍ଦର ମାଷ୍ଟରପାରା ପ୍ରାଇମେରୀ ସ୍କୁଲର ମତଦାନ କେନ୍ଦ୍ରରେ ଶନିବାର ରାତି ପ୍ରାୟ ୧୦ଟାରେ ନିଆଁ ଲଗାଇ ଦିଆଯାଇଥିଲା । ଏହା ବ୍ୟତୀତ ମୈମନସିଂରେ ଏକ ବୁଥ୍‌କୁ ମଧ୍ୟ ଜାଳି ଦିଆଯାଇଥିଲା । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.