Below header

ଆସିଲେ ଖାଇଲେ, ପିଇଲେ ଆଉ ସୁଯୋଗ ପାଇ ଉଠାଇ ନେଇଗଲେ..

ଆସିଲେ ଖାଇଲେ, ପିଇଲେ ଆଉ ସୁଯୋଗ ପାଇ ଉଠାଇ ନେଇଗଲେ । ଆପଣ ଭାବୁଥିବେ କଣ ଉଠାଇ ନେଇ ଚାଲିଗଲେ । ଆଜ୍ଞା ମୋବାଇଲ୍ । ଚୋରି ତ ଚୋରି ଗୋଟିଏ ମୋବାଇଲ ଚୋରି ସେ ପୁଣି ସିସିଟିଭି ଲାଗିଥିବା ଗଙ୍ଗୁରାମ ହୋଟେଲ ଭିତରୁ । ଏଇ କଥା ଯାଇ ପହଞ୍ଚିଛି କ୍ୟାପିଟାଲ ଥାନାରେ ।

ଭୁବନେଶ୍ୱର(କେନ୍ୟୁଜ): ଆସିଲେ ଖାଇଲେ, ପିଇଲେ ଆଉ ସୁଯୋଗ ପାଇ ଉଠାଇ ନେଇଗଲେ । ଆପଣ ଭାବୁଥିବେ କଣ ଉଠାଇ ନେଇ ଚାଲିଗଲେ । ଆଜ୍ଞା ମୋବାଇଲ୍ ।  ଚୋରି ତ ଚୋରି ଗୋଟିଏ ମୋବାଇଲ ଚୋରି ସେ ପୁଣି ସିସିଟିଭି ଲାଗିଥିବା ଗଙ୍ଗୁରାମ ହୋଟେଲ ଭିତରୁ। ଏଇ କଥା ଯାଇ ପହଞ୍ଚିଛି କ୍ୟାପିଟାଲ ଥାନାରେ। ଅଭିଯୋଗ ଆଣିଛନ୍ତି ଗଙ୍ଗୁରାମରେ କାମ କରୁଥିବା ଜଣେ କର୍ମଚାରୀ । ଯାହାକି ସାରା ସହରର ଗଳି କନ୍ଦିରେ ହଇଚଇ ସୃଷ୍ଟି କରିଛି । କଣ ପାଇଁ ହଇଚଇ ସୃଷ୍ଟି କରିଛି ସବୁ ମୋବାଇଲ ଚୋରି ଠାରୁ ଏହି ମୋବାଇଲ ଚୋରି । ଆସନ୍ତୁ ଜାଣିବା ।

ପାଖାପାଖି ସନ୍ଧ୍ୟା ସମୟ ହେବ । ଗଙ୍ଗୁରାମ ଭିତରେ ଗ୍ରାହକଙ୍କ ଗହଳି ଲାଗିଥାଏ । ଯିଏ ଯୁଆଡେ ଖାଇ ପଇସା ଦେଇ ଯାଉଥାନ୍ତି । ପୁଣି ନୂଆ ଗ୍ରାହକ ଆସୁଥାନ୍ତି । ତାରି ଭିତରେ ଜଣେ ଗଙ୍ଗୁରାମ କର୍ମଚାରୀ ପ୍ୟାକେଟ ମୋଡା କାମରେ ବ୍ୟସ୍ତ ଥାନ୍ତି। ମଝିରେ କଣ ଟିକେ କାମ ପଡିବାରୁ ଉଠି ଚାଲିଗଲେ ବାହାରକୁ । ତାପରେ ଆସି ଦେଖନ୍ତି ତ କର୍ମଚାରୀ ଜଣଙ୍କ ମୋବାଇଲ ଆଉ ସେ ବସିଥିବା ଚେୟାର ଉପରେ ନାହିଁ । ବହୁତ ଖୋଜା ଖୋଜି କରିବା ପରେ ବି ମୋବାଇଲଟି ମିଳିନଥିଲା । ଭାରି ମନ ଦୁଃଖ କରି ନିଜ ସହଯୋଗୀ କର୍ମଚାରୀ ମାନଙ୍କୁ ପଚାରିଲେ। କିନ୍ତୁ ସମସ୍ତେ ମନା କରିଦେଲେ।

ତାପରେ ଗଙ୍ଗୁରାମରେ ଲାଗିଥିବା ସିସିଟିଭି ଯାଞ୍ଚ କରାଗଲା । ତେବେ ସିସିଟିଭି ଦେଖିଲା ପରେ ଯାହା ଜଣାପଡିଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସିସିଟିଭିରେ ଦେଖାଯାଉଛି କି ଦୁଇ ଜଣ ନବ ଦମ୍ପତି ଆସୁଛନ୍ତି ଗଙ୍ଗୁରାମ ଭିତରେ ପ୍ରବେଶ କରୁଛନ୍ତି । ଆଉ ଚେୟାର ଉପରେ ବସି ଜଳଖିଆ ଖାଇବା ପରେ ଯାଇ ହାତ ମୁହଁ ଧୋଉଛନ୍ତି । ତାପରେ କିଛି ସମୟରେ ପୁଣି ଦମ୍ପତି ଆସୁଛନ୍ତି ବସିଥିବା ଟେବୁଲ୍ ପାଖକୁ । ଏଣେ ତେଣେ ଚାହିଁ ପାଖ ଚେୟାର ଉପରେ ରଖା ଯାଇଥିବା ମୋବାଇଲ ଧରି ଚମ୍ପଟ ମାରୁଛନ୍ତି ।

ବାହାରକୁ ଆସି ଗଙ୍ଗୁରାମ କାଉଣ୍ଟର ପାଖରେ ଖାଇଥିବା ଜଳଖିଆର ଟଙ୍କା ଫୋନ ପେ ମାଧ୍ୟମରେ ବି ପଇଠ କରୁଛନ୍ତି ଏବଂ ତାପରେ ସେଠାରୁ ଚାଲି ଯାଉଛନ୍ତି । ହେଲେ ସେମାନେ ସିନା ଚୋରି କରି .ଫେରାର ହୋଇଗଲେ ହେଲେ ସିସିଟିଭିରେ କଏଦ ହୋଇଯାଇଛି ସବୁ ଭିଜୁଆଲ୍ ।

ଆଛା ଦର୍ଶକବନ୍ଧୁ ଏମାନଙ୍କୁ ଦେଖିଲେ ଆମେ ହୁଏତ ଚିହ୍ନି ନପାରନ୍ତି। ହେଲେ ସାଙ୍ଗ ସାଥୀ ସାହି ପଡିଶା କଣ ଚିହ୍ନି ପାରିବେନି। ଆମ ଭିଡିଓ ଯେତେବେଳେ ଏମାନଙ୍କ ଗାଁରେ ପହଂଚିବ ଗାଁ ଲୋକ ଏମାନଙ୍କୁ ଦେଖିଲେ କଣ ଚିହ୍ନି ପାରିବେନି । ନିଶ୍ଚିତ ଚିହ୍ନିବେ ସବୁଠାରୁ ବଡ କଥା ହେଉଛି ପରିବାର ବନ୍ଧୁ ବାନ୍ଧବ ଶାଶୁ ଶଶୁର ଦେଖିଲେ ଏମାନଙ୍କ ମୁହଁ କୋଉଠି ରହିବ। ସରମରେ ରସଗୁଲା ଖାଇବାକୁ ଇଛା ହେବନି କି । ସେତେବେଳେ ଏ ଦମ୍ପତି ନିଜ ମୁହଁ କାହାକୁ ଦେଖାଇ ପାରିବେନି ।

ଏମାନେ ହେଉଛନ୍ତି ପାଠ ପଢୁଆ ଚାଲାକ ଭଦ୍ର ଚୋର। ଏମାନେ ସବୁଠାରୁ ବଡ଼ ପ୍ରମାଣ ଛାଡି ଯାଇଛନ୍ତି ଏହି ଗଙ୍ଗୁରାମରେ ସେ ହେଉଛି ଏମାନେ ଫୋନ ପେ ମାଧ୍ୟମରେ କରିଥିବା ପୈଠ ଟଙ୍କା । ସେଥିରେ ରହିଯାଇଛି ଠିକଣା ଯାହା ସାହାଯ୍ୟରେ ଏମାନଙ୍କ ଠିକଣାରେ ପୋଲିସ ଖୁବ ଶୀଘ୍ର ଏମାନଙ୍କ ନିକଟରେ ପହଞ୍ଚୁଛି । ଯେତେବେଳେ ଫୋନ ଚୋରି କଲେ ସେତିକି ବେଳେ ଏ ଦମ୍ପତି ଜାଣିବା ଦରକାର ଥିଲା କେଉଁ ଲୋକର ମୋବାଇଲ ହୋଇଥିବ। ଲୋକଟି ହଇରାଣ ହେବ ଫୋନ ବିନା । କେତେ ଅସୁବିଧାରେ ପଡିବ ଆଉ ଯଦି ଘର ପରିବାରରେ କିଏ କାଳେ ଅସୁବିଧାରେ ପଡ଼ି ଫୋନ କରିବ… ଏକଥା ଚିନ୍ତା ନକରି ସିଧା ଫୋନ ଚୋରି କରି ଫେରାର ।  ଏସବୁ କଣ ଭଲ କଥା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.