Below header

ଅମିର ଖାନ୍‌ଙ୍କ ପୁଅ ବଲିଉଡ୍‌ରେ କଲେ ଏଣ୍ଟ୍ରି, ଏହି ଦିନ ଅମିତାଭ ବଚ୍ଚନ ବି କରିଥିଲେ ପ୍ରଥମ ଫିଲ୍ମରେ ସାଇନ୍‌

ଏ ପର୍ଯ୍ୟନ୍ତ ହିନ୍ଦୀ ସିନେମାରେ ୧୫ ଫେବ୍ରୁଆରୀ ଅମିତାଭଙ୍କ ପ୍ରଥମ ଫିଲ୍ମ ସାଇନ୍‌ କରିବାର ତାରିଖ ଥିଲା । ଭାଲେଣ୍ଟାଇନ ଡେ ର ପରଦିନ ୧୯୬୯ ମସିହାରେ ଅମିତାଭ ତାଙ୍କର ପ୍ରଥମ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ’ରେ ସାଇନ୍‌ କରିଥିଲେ । ଏବେ ଏହି ତାରିଖରେ ଅର୍ଥାତ ୧୫ ଫେବ୍ରୁଆରୀ ୨୦୨୧ରେ ବଲିଉଡରେ ଏଣ୍ଟ୍ରି କରୁଛନ୍ତି ଅମିର ଖାନ୍‌ ଙ୍କ ପୁଅ ଅଭିନେତା ଜୁନୈଦ ଖାନ୍‌ । ଜୁନୈଦ ନିଜ କ୍ୟାରିଅରର ପ୍ରଥମ ଫିଲ୍ମ ୟଶ୍‌ରାଜ୍‌ ବ୍ୟାନରରେ ଆଜି ସାଇନ କରିଛନ୍ତି ।

aamir_son_junaid_debut_main
photo credit: Pinkvilla

ହିନ୍ଦୀ ସିନେମାର ଦୁଇଟି ଚର୍ଚ୍ଚିତ ଫିଲ୍ମ ‘ବି ଆର୍‌ ଫ୍ୟାମିଲି’ ଓ ‘ହିଚ୍‌କୀ’ ର ନିର୍ଦ୍ଦେଶନା କରିଥିବା ସିଦ୍ଧାର୍ଥ ମାଲ୍‌ହୋତ୍ରା ସୋମବାର ନିଜର ଏକ ନୂଆ ଫିଲ୍ମର ଶ୍ରୀଗଣେଶ କରିଛନ୍ତି । ସୁଟିଂ ସେଟ୍‌ରେ ଯେତେବେଳେ ସାଉଣ୍ଡ, ଲାଇଟ ଓ କ୍ୟାମେରା ଅନ୍‌ ବୋଲି କହିଲେ ସାମ୍ନାରେ ଦେଖାଗଲେ ଜଣେ ନୂଆ କଳାକାର । ସେ ହେଉଛନ୍ତି ଅମିର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌ । ଜୁନୈଦ ଙ୍କ ପ୍ରଥମ ଫିଲ୍ମ ହେଉଛି ‘ମହାରାଜା’ ।

ଜୁନୈଦ ସାଧାରଣତଃ ତାଙ୍କ ଭଉଣୀ ଇରାଙ୍କ ପରି କେବେ ଚର୍ଚ୍ଚାରେ ରୁହନ୍ତି ନାହିଁ କି ସୋସିଆଲ୍‌ ମିଡିଆରେ ସକ୍ରିୟ ନଥାନ୍ତି । ଜୁନୈଦ ରଙ୍ଗମଞ୍ଚରେ ବହୁତ ପରିଶ୍ରମ କରିଛନ୍ତି । ତାଙ୍କର ପ୍ରଥମ ଫିଲ୍ମରେ ସାଇନ୍‌ କରିବା ପୂର୍ବରୁ ସେ ବର୍ଷଟୁଏ ଖୁବ୍‌ ପରିଶ୍ରମ କରିଛନ୍ତି । ‘ମହାରାଜା’ ଫିଲ୍ମର କଥାବସ୍ତୁ ୧୮୬୨ ମସିହାର ଏକ କାହାଣୀକୁ ନେଇ ନିର୍ମିତ ।

ୟଶ୍‌ରାଜ୍‌ ବ୍ୟାନରରେ ଜୁନୈଦଙ୍କ ଏହା ପ୍ରଥମ ଫିଲ୍ମ ହୋଇଥିଲେ ମଧ୍ୟ ଅଫିସିଆଲି ଏହାକୁ ଘୋଷଣା କରାଯାଇନି । ତେବେ ଏହାର ସୁଟିଂ ମୁମ୍ବାଇରେ ଆରମ୍ଭ ହୋଇଯାଇଛି । ତେବେ ଜୁନୈଦ ଆଗାମୀରେ ଫିଲ୍ମ କ୍ୟାରିଅରରେ କେତେ ସଫଳତା ପାଉଛନ୍ତି ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.