ଢେଙ୍କାନାଳ: ରଙ୍ଗରୁଟରେ ଆସି ଦୁଇ ନାବାଳିକା ଉପରେ ଚଢିଗଲା ପିକଅପ୍ ଭ୍ୟାନ୍, ଦୁଇ ମୃତ ଆଉ ଦୁଇ ଗୁରୁତର

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ସିମିଳିଆ ରେଲୱେ ଓଭର ବ୍ରିଜ ତଳେ ମର୍ମନ୍ତୁଦ ଦୁର୍ଘଟଣା। ଘଟଣା ସ୍ଥଳରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

pick up van 123

ମିଳିଥିବା ସୂଚନା ମୁତାବକ ଓଭର ବ୍ରିଜ ତଳେ ଏକ ପିକ ଅପ ଭ୍ଯାନ ରଙ୍ଗରୁଟରେ ଆସି ଧକ୍କା ଦେବାରୁ ଏହି ଦୁଃର୍ଘଟଣା ହୋଇଛି। ଓଭର ବ୍ରିଜ ତଳେ କିଛି ଯାଯାବର ସମ୍ପ୍ରଦାୟର ଲୋକ ବସବାସ କରୁଥିଲେ। ସେଠାରେ ପିଲାମାନେ ଖେଳୁଥିବା ସମୟରେ ଏହି ପିକ ଅପ ଭ୍ଯାନ ସେମାନଙ୍କୁ ଧକ୍କା ଦେଇଥିଲା।  ଫଳରେ ଘଟଣାସ୍ଥଳରେ ଦୁଇ ଶିଶୁ ଙ୍କର ମୃତ୍ୟୁ ହୋଇଛି। ମୃତକ ମଧ୍ୟରେ ଅଛନ୍ତି ୩ ବର୍ଷର ଶିଶୁ ସାଇନା  ଓ  ୧୦ ବର୍ଷର ଶିଶୁ ସୁହାନା । ଅନ୍ଯ ଗୋଟିଏ ୧୦ ବର୍ଷର ଝିଅ ପମି ଓ ଜଣେ ୫୦ ବର୍ଷୀୟ ବୃଦ୍ଧ ପ୍ରମୋଦ ଗୁରୁତର ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏମାନେ ସମସ୍ତେ ବିହାରର ୨ ଦିନ ତଳେ ଏହି ଓଭରବ୍ରିଜ ତଳେ ତମ୍ବୁ ଟାଣି ରହୁଥିଲେ। ମୃତ ୨ ଜଣ ୨ଭଉଣୀ। ପରିବାର ମହୁ ବ୍ଯବସାୟ କରି ଚଳନ୍ତି ବୋଲି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.