Below header

୫୫ ବର୍ଷ ବୟସରେ ପଦାର୍ପଣ କଲେ ଆମିର, ରୀନାଙ୍କ ପ୍ରେମରେ ପାଗଳ ଥିଲେ ମିଷ୍ଟର ପରଫେକ୍ସନିଷ୍ଟ

ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ଶିଶୁ କଳାକାର ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଆମିର ଖାନ୍‌। ଯିଏକି ଆଜି ମିଷ୍ଟର ଫରଫେକ୍ସନିଷ୍ଟ ଭାବେ ଜଣାଶୁଣା। ଫିଲ୍ମ ଏବଂ ସମାଜରେ ଲଗାତାର ପରିବର୍ତ୍ତନକୁ ସ୍ୱୀକାର କରି ଆମିର ନିଜ କ୍ୟାରିଅରେ ଅନେକ ହିଟ୍‌ ଫିଲ୍ମ କରିଛନ୍ତି। ଫିଲ୍ମ ‘କୟାମତ୍‌ ସେ କୟାମତ ତକ୍‌’ ଜରିଆରେ ସଫଳତାର ସିଢି ଚଢିଥିଲେ ଆମିର। ତା’ ପରେ ଅନେକ ହିଟ୍‌ ଫିଲ୍ମ କରି ବଲିଉଡରେ ନିଜର ନାମ କମାଇପାରିଛନ୍ତି। ବଲିଉଡ୍ ଷ୍ଟାର୍ ଆମିର ଖାଁ  ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ।

amm

ଆମିର ରୀନା ଦତ୍ତଙ୍କ ପ୍ରେମରେ ଥିଲେ ପାଗଳ। ଆମିର୍ ହାତ କାଟି ରକ୍ତରେ ରୀନାଙ୍କ ପାଖକୁ ଚିଠି ଲେଖିଥିଲେ। ଆମିର ମୁସଲମାନ୍ ଥିବାବେଳେ ରୀନା ଥିଲେ ହିନ୍ଦୁ। ତେଣୁ ବିବାହରେ ଉପୁଜିଥିଲା ବାଧା। ତେବେ ଏହାକୁ ଖାତିର ନ କରି ଦୁହେଁ ୧୯୮୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପରେ ବଲିଉଡରେ ଆମିରଙ୍କ ସଫଳତା ଜାରି ରହିଥିଲା। ପାରିବାରିକ ସମସ୍ୟା ଯୋଗୁ ୨୦୦୨ରେ ଆମିର ଏବଂ ରୀନାଙ୍କର ଛାଡପତ୍ର ହୋଇଥିଲା। ଏହାର ୩ ବର୍ଷ ପରେ ଆମିର ୨୦୦୫ରେ କିରଣ ରାଓଙ୍କୁ ବିବାହ କରିଥିଲେ। ଏବେ ଆମିର ଏବଂ କିରଣଙ୍କ ଝିଅ ଇରା ବଲିଉଡରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.