କେନ୍ଦୁଝର ବଡ଼ପାଟଣା ସାହିରେ ଅଭାବନୀୟ ଘଟଣା, ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ
ଘଟଗାଁ: ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା । କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡ଼ପାଟଣା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବୃଦ୍ଧ ଜଣକ ହେଲେ ବବ୍ଲୁ ନାଏକ। ବବ୍ଲୁ ଓ ତାଙ୍କ ପତ୍ନୀ ବଡପାଟଣା ସାହିରେ ନିଜ ଝିଆରୀଙ୍କ ଘରେ ରହି କାମଧନ୍ଦା କରୁଥିଲେ। ଗତକାଲି ରାତିରେ ବବ୍ଲୁଙ୍କୁ କେହି ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।