ଆଉ ପ୍ରାଇଭେଟ ଭେଣ୍ଡର ଓ ଏଜେନ୍ସି କରିପାରିବେନି ରେଳ ଟିକେଟ ବୁକିଂ, ଖୁବ୍‌ ଶୀଘ୍ର ଲାଗୁ ହେବାକୁ ଯାଉଛି ନୂଆ ନିୟମ

ଭାରତୀୟ ରେଳଯାତ୍ରୀଙ୍କୁ ସୁବିଧାରେ ଟିକେଟ୍‌ ଦେବାକୁ ସରକାର ପ୍ରଥମେ ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଛନ୍ତି। ଏବେ ରେଳ ମନ୍ତ୍ରଣାଳୟର ନଜର ପ୍ରାଇଭେଟ ଟିକେଟ୍‌ ବୁକିଂ ଏଜେନ୍ସି ଉପରେ ରହିଛି। ରେଳମନ୍ତ୍ରୀ ପୀୟୁଷ ଗୋୟଲ ଶୁକ୍ରବାର ଲୋକସଭାରେ ନିଜ ମନ୍ତ୍ରଣାଳୟର ଅନୁଦାନ ଦାବି କରିବା ଅବସରରେ କହିଥିଲେ ଯେ ‘ଏବେ ମୋତେ ଲାଗୁଛି ଯେ ଭେଣ୍ଡର ଓ ଟିକେଟ୍‌ ଏଜେନ୍ସିର ଆଉ ଆବଶ୍ୟକତା ନାହିଁ। ଏବେ ଏଜେଣ୍ଟ ଓ ସବ୍‌-ଏଜେଣ୍ଟ, ଯେଉଁମାନେ ସହଜରେ ଟିକେଟ ଦେବାକୁ ଦାବି କରୁଛନ୍ତି ସେମାନଙ୍କୁ ଏସବୁଥିରୁ ଦୂର କରିବା ଆବଶ୍ୟକ’।

railway

ଗୋୟଲ କହିଛନ୍ତି ଯେ ଏବେ ସମସ୍ତଙ୍କ ନିକଟରେ ଫୋନ୍‌ ରହିଛି। ସେମାନେ ଫୋନ୍‌ ବ୍ୟବହାର କରି ଟିକେଟ ବୁକ୍‌ କରିପାରିବେ। ଯଦି କୌଣସି ସାହାଯ୍ୟ ଆବଶ୍ୟକ ତେବେ ବ୍ୟକ୍ତି ସରକାରଙ୍କ କମନ ସର୍ଭିସ ସେଣ୍ଟରରେ ଯାଇ ଟିକେଟ ବୁକ୍‌ କରିପାରିବେ। ଏହାଦ୍ୱାରା ଏଠାରେ କାମ କରଥିବା ଯୁବପିଢ଼ିଙ୍କ ଆୟ ସୁନିଶ୍ଚିତ ହେବ।

railway2

ଗୋୟଲ କହିଛନ୍ତି ଯେ ନକଲି ଟିକେଟ ପ୍ରତି ସତର୍କତା ଅବଲମ୍ବନ କରିବା ଅବସରରେ ରେଲେଓ୍ଵ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ କୋଟି ଟଙ୍କାର ଏଭଳି ଅନେକ ଟିକେଟ ରଦ୍ଦ କରିସାରିଲାଣି। ତାଙ୍କ କହିବାନୁସାରେ ଗତ ୧୪ ମାସରେ ୫୩୦୦ଟି ଏଭଳି ଦଲାଲକୁ ଗିରଫ କରାଯାଇଛି, ଯେଉଁମାନେ ଟିକେଟର କଳା ବଜାରୀ କରୁଥିଲେ। ଏଥିସହ ୬୬୪ ବୁକିଂ ଭେଣ୍ଡରଙ୍କୁ ବ୍ଲାକଲିଷ୍ଟ ମଧ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.