Below header

ସୁଟିଂ ବେଳେ ‘ଆଶିକୀ’ ଷ୍ଟାର ରାହୁଲ ରୟଙ୍କର ହେଲା ବ୍ରେନ୍‌ ଷ୍ଟ୍ରୋକ୍‌, ଆଇସିୟୁରେ ଭର୍ତ୍ତି

ସୁପରହିଟ୍‌ ମ୍ୟୁଜିକାଲ ଡ୍ରାମା ଫିଲ୍ମ ‘ଆଶିକୀ’ ଯୋଗୁ ଲାଇମ୍‌ ଲାଇଟ୍‌କୁ ଆସିଥିବା ଅଭିନେତା ରାହୁଲ ରୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାହୁଲ ଶ୍ରୀନଗରରେ ଫିଲ୍ମ ‘କାରଗିଲ’ର ସୁଟିଂ କରୁଥିବା ବେଳେ ତାଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି।

ସୂଚନାନୁଯାୟୀ, ‘କାରଗିଲ’ର ସୁଟିଂ ବେଳେ ରାହୁଲଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ଏହା ପରେ ତାଙ୍କୁ ଆନନ କାନନସ୍ଥିତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବାନୁସାରେ, ରାହୁଲଙ୍କ ମୁଣ୍ଡର ବାମପଟେ ରକ୍ତ ଜମାଟ ବାନ୍ଧିଛି। ସେ ସୁସ୍ଥ ହେବାକୁ ଆହୁରି ସମୟ ଲାଗିବ। ସୋସିଆଲ ମିଡିଆରେ ରାହୁଲଙ୍କର ଫଟୋ ଏବେ ଭାଇରାଲ ହେଉଛି।rahul2

ରିପୋର୍ଟ ମୁତାବକ, କାରଗିଲ ଫିଲ୍ମର ସୁଟିଂ ପାହାଡ଼ ଉପରେ ହେଉଥିଲା। ଅଧିକ ଉଚ୍ଚତା ଯୋଗୁ ସେଠାରେ ଅମ୍ଳଜାନର ଅଭାବ ଥିଲା। ଏଣୁ ଟିମ୍‌ର ସଦସ୍ୟଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ହେଉଥିଲା। ପ୍ରକାଶ ଯେ, ୧୯୯୦ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଶିକୀ’ ଜରିଆରେ ରାହୁଲ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେତେବେଳେ ଏହି ଫିଲ୍ମ ସୁପରଡୁପର ହିଟ୍‌ ହୋଇଥିଲା। ମାତ୍ର ରାହୁଲ ବଲିଉଡ୍‌ରେ ଅଧିକ ଦିନ ତିଷ୍ଠି ପାରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.