Below header

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନ ଶେଷ,୧୧,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ହେଲା ପାରିତ

କେନ୍ୟୁଜ୍(ବ୍ୟୁରୋ):  ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଧିଷ୍ଟ  କାଳ ପର୍ଯ୍ୟନ୍ତ ମୁଲତବି  ରଖିଛନ୍ତି ବାଚସ୍ପତି। ତେବେ ଆଜି  ବିଧାନସଭାରେ ୧୧,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ  ବିଲ ପାରିତ ହୋଇଛି ।

ବିଲ୍ ଗୃହୀତ ହେବା ପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରାଯାଇଛି । ତେବେ ମାତ୍ର ୧୦ ଦିନ ଚାଲିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନ ଶେଷ ହୋଇଯାଇଛି । ଗତ ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା ଓ ତାହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାର ଥିଲା ।  ଫଳରେ ୩୦ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ବନ୍ଦ ହୋଇଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.