୧୬ ବର୍ଷ ଧରି ୧୯୪ ଦେଶର ପୋଲିସ୍‌ କ’ଣ ପାଇଁ ଖୋଜୁଛନ୍ତି ଝାନ୍ସୀରାଣୀ ଲକ୍ଷ୍ମୀବାଇଙ୍କୁ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ:  ଇଣ୍ଟରପୋଲ୍‌ ପକ୍ଷରୁ ଜାରି ହୋଇଥିବା ୟଲୋ ନୋଟିସ୍‌ରେ ପ୍ରଥମ ନାମ ରହିଛି ମୈାସମ୍‌ ବେଗମ୍‌ଙ୍କର । ଏହି ମହିଳା ୨୦୦୬ରେ ପଶ୍ଚିମବଙ୍ଗରୁ ନିଖୋଜ୍‌ ହୋଇଥିଲେ । ଏହା ପଛକୁ ରହିଛି ବଂଶ ଚାନ୍ଦଙ୍କ ନାମ । ୨୦୧୪ରେ ନିଖୋଜ ହୋଇଥିବା ଏହି ବାଳକଙ୍କର ବୟସ ସେତେବେଳେ ଥିଲା ମାତ୍ର ୪ ବର୍ଷ । ଏହି ତାଲିକାର ପଛରେ ରହିଛି ଝାନ୍ସୀରାଣୀ ଲକ୍ଷ୍ମୀବାଇଙ୍କ ନାମ । ଜାଣନ୍ତୁ କାହିଁକି ଖୋଜୁଛି ଏମାନଙ୍କୁ ଇଣ୍ଟରପୋଲ୍‌ । 

ଇଣ୍ଟରପୋଲ୍‌ ଅର୍ଥାତ ଇଣ୍ଟରନେସ୍‌ନାଲ୍‌ କ୍ରିମିନାଲ୍‌ ପୋଲିସ୍‌ ଅର୍ଗାନାଇଜେସନ୍‌ ଅଧୀନରେ ଥିବା ୧୯୪ ଦେଶ ‘ଝାନ୍ସୀରାଣୀ ଲକ୍ଷ୍ମୀବାଇ’କୁ ଖୋଜୁଛି । ୨୦୦୪ ମସିହାରୁ ଏହି ଖୋଜିବା ଜାରି ରହିଛି । ହେଲେ ଏଯାଏ କୈାଣସି ଦେଶ ଏଥିରେ ସଫଳତା ପାଇ ନାହାଁନ୍ତି । ସବୁ ଦେଶର ଥାନାରେ ଏହି ଖବର ମହଜୁଦ୍‌ ରହିଛି । ଝାନ୍ସୀରାଣୀଙ୍କ ସହିତ ଅନ୍ୟ ୨୭ ପଞ୍ଜାବ ଅଧିବାସୀଙ୍କୁ ମଧ୍ୟ ଇଣ୍ଟରପୋଲ୍‌ ଖୋଜୁଥିବା ଜଣାଯାଇଛି । ଇଣ୍ଟରପୋଲ୍‌ ତା’ର ୟଲୋ ନୋଟିସ୍‌ରେ ଏଭଳି ୪୭ ଜଣଙ୍କ ନାମ ଉଲ୍ଲେଖ କରିଛି । ସିବିଆଇ ଜରିଆରେ ଏହି ସମସ୍ତଙ୍କ ନାମ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ନିକଟରେ ରହିଛି । ପୋଲିସ ମଧ୍ୟ ଏମାନଙ୍କୁ ଖୋଜୁଥିବା ଜଣାଯାଇଛି ।

interpool

କେଉଁମାନଙ୍କ ନାମ ଇଣ୍ଟରପୋଲ୍‌ ୟଲୋ ନୋଟିସ୍‌ରେ ସାମିଲ ରହିଥାଏ :

ଇଣ୍ଟରପୋଲ୍‌ର ୟଲୋ ନୋଟିସ୍‌ରେ ଏହିମାନଙ୍କ ନାମ ସାମିଲ ହୋଇଥାଏ ଯେଉଁମାନେ ମାନସିକ ଭାବେ ଅକ୍ଷମ, ନିଖୋଜ, ଅପହୃତ ଓ ନାବାଳକ ହୋଇଥାନ୍ତି । ଯେତେବେଳେ ସ୍ଥାନୀୟ ପୋଲିସ ଏମାନଙ୍କର ପତ୍ତା ଲଗାଇ ପାରେନି । ସେତେବେଳେ ଇଣ୍ଟରପୋଲ୍‌ର ସହାୟତା ନେଇଥାଏ । ଇଣ୍ଟରପୋଲ୍‌ ୧୯୪ ସଦସ୍ୟଯୁକ୍ତ ରାଷ୍ଟ୍ରକୁ ଏହାର ବିବରଣୀ ପଠାଇଥାଏ । ଯାହାଦ୍ୱାରା ସେଠାକାର ପୋଲିସ୍‌ ମଧ୍ୟ ଏହି ଲୋକମାନଙ୍କୁ ଖୋଜିଥାଏ ।

ୟଲୋ ନୋଟିସର ସହାୟତା ଯୋଗୁ ନିଖୋଜ ବ୍ୟକ୍ତିର ମିଳିବା ସମ୍ଭାବନା ବଢ଼ିଯାଇଥାଏ । ୟଲୋ ନୋଟିସ୍‌ ଯୋଗୁ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏମାନଙ୍କ ଫଟୋ ରହିଥାଏ । ଯାହାଫଳରେ ସିସିଟିଭି ଫୁଟେଜ୍‌ରୁ ଏମାନଙ୍କୁ ସହଜରେ ଠାବ କରାଯାଇ ପାରିଥାଏ । ଇଣ୍ଟରପୋଲ୍‌ର ୟଲୋ ନୋଟିସ୍‌ରେ ପ୍ରଥମ ନାମ ମୈାସମ୍‌ ବେଗମ୍‌ଙ୍କର ରହିଛି । ଯିଏ କି ୨୦୦୬ରେ ପଶ୍ଚିମବଙ୍ଗରୁ ନିଖୋଜ ହୋଇଥିଲେ । ସେତେବେଳେ ତାଙ୍କର ବୟସ ଥିଲା ୧୫ ବର୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.