ନୂଆପଡ଼ା : ଚାକିରି ସ୍ୱପ୍ନ ଦେଖାଇ ହଜାର ହଜାର ଟଙ୍କା ଲୁଟୁଥିଲା ଯୁବକ, ଏବେ ଗିରଫ ହେଲା

ନୂଆପଡ଼ା (କେ ନ୍ୟୁଜ୍‌) : ବେକାର ଆଶାୟୀଙ୍କୁ ଚାକିରିର ସ୍ୱପ୍ନ ଦେଖାଇ ଲୁଟୁଥିଲା ଯୁବକ । ବେଶ୍‌ କିଛି ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଆଦାୟ କରିଛି । ଏବେ ଏହି ଠକ ପୋଲିସ୍‌ ହାତରେ ଧରାପଡ଼ିଛି ।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସ ଏହି ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଚେଚିଆଗୁଡ଼ା ଗାଁର ଲକ୍ଷ୍ମୀକାନ୍ତ ମେହେର । ସେ ନିର୍ମଳ ଯୋଜନା ମେଡିକାଲ ଭ୍ୟାକେନସି, ନୂଆପଡ଼ା ନାମକ ଏକ ସଂସ୍ଥା ଖୋଲି ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରି ଯୋଗାଇ ଦେବ ବୋଲି ଦାବି କରୁଥିଲା । ଏ ବାବଦରେ ଗରିବ ଯୁବକ ଯୁବତୀଙ୍କ ଠାରୁ ହଜାର ହଜାର ଟଙ୍କା ଆଦାୟ କରିଛି । ଏନେଇ ଖଡ଼ିଆଳ ଥାନାରେ ଅଭିଯୋଗ ହେବା ପରେ ଖଡିଆଳ ପୋଲିସ ଠକ ଯୁବକକୁ ଗିରଫ କରିବା ସହିତ ତାଠାରୁ ନଗଦ ୧୨ ହଜାର ରୁ ଊର୍ଦ୍ଧ୍ୱ ଟଙ୍କା, ମୋବାଇଲ ଫୋନ ଓ ବହୁ ପ୍ରଚାର ପତ୍ର ଜବତ କରିଛି । ଏ ସମ୍ପର୍କରେ ଖଡ଼ିଆଳ ଏସଡିପିଓ ବିରଞ୍ଚି ପ୍ରସାଦ ଦେହୁରୀ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.