Below header

ନିଜ ବାୟୋପିକ୍‌କୁ ନେଇ ଖୁସି ନାହାନ୍ତି ଏସିଡ୍‌ ପୀଡିତା ଲକ୍ଷ୍ମୀ ଅଗ୍ରଓ୍ଵାଲ

ଦିପୀକା ପାଦୁକୋନଙ୍କ ଫିଲ୍ମ ‘ଛପାକ’ ର ଟ୍ରେଲର ଫ୍ୟାନ୍ସମାନଙ୍କର ଖୁବ୍‌ ପସନ୍ଦ ହୋଇପାରିଛି। ଦର୍ଶକମାନଙ୍କୁ ଫିଲ୍ମର ଷ୍ଟୋରୀ ଖୁବ୍‌ ପସନ୍ଦ ଆସିଛି। ଏହି ଫିଲ୍ମରେ ଦିପୀକା ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ଟ୍ରେଲର ରିଲିଜ୍‌ ହେବା ପରେ ନିଜେ ଏସିଡ୍‌ ପୀଡିତା ଲକ୍ଷ୍ମୀ ଫିଲ୍ମ ନିର୍ମାତାଙ୍କ ଉପରେ ଖୁସି ନାହାନ୍ତି।

Chhapaakରିପୋର୍ଟ ଅନୁଯାୟୀ ଲକ୍ଷ୍ମୀ ଅଗ୍ରଓ୍ଵାଲ ଫିଲ୍ମ ପାଇଁ ମିଳିଥିବା ଫିସ୍‌କୁ ନେଇ ଖୁବ୍‌ ଅଭିମାନ କରିଛନ୍ତି। ଫିଲ୍ମର କପିରାଇଟ ପାଇଁ ଲକ୍ଷ୍ମୀଙ୍କୁ ୧୩ ଲକ୍ଷ ଟଙ୍କା ଦିଆଯାଇଥିଲା। ଯେଉଁ ସମୟରେ ତାଙ୍କୁ ଏହି ଟଙ୍କା ଦିଆଯାଇଥି ଲା ସେ ସମୟରେ ତ ଲକ୍ଷ୍ମୀ ବହୁତ ଖୁସି ଥିଲେ କିନ୍ତୁ ଏବେ ସେ ଦିଆଯାଇଥିବା ଟଙ୍କାକୁ ନେଇ ବିଲକୁଲ୍‌ ଖୁସି ନାହାନ୍ତି। ବର୍ତ୍ତମାନ ସେ ଫିଲ୍ମ ପାଇଁ ଅଧିକ ଟଙ୍କା ଦାବି କରିଛନ୍ତି। ଯେଉଁ କାରଣରୁ ଲକ୍ଷ୍ମୀ ଏବଂ ଛପାକ ଟୀମ୍‌ ମଧ୍ୟରେ ବିବାଦ ଦେଖାଦେଇଛି।

laxmiସୂଚନା ଅନୁଯାୟୀ ଫିଲ୍ମରେ ଦିପୀକା ପାଦୁକୋନ ମାଳତୀ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ଟ୍ରେଲର ଲଞ୍ଚ ହେବା ସମୟରେ ଦିପୀକା ଅତ୍ୟନ୍ତ ଭାବ-ବିହ୍ଵଳ ହୋଇ ଲୁହକୁ ରୋକି ପାରିନଥିଲେ। ସେହି ସମୟରେ ଦିପୀକା କହିଥିଲେ, ‘ଏଭଳି ଖୁବ୍‌ କମ କାହାଣୀ ମିଳିଥାଏ, ଯାହା ଏପରି ହୃଦୟକୁ ପ୍ରଭାବିତ କରିଥାଏ। ଏହା କୌଣସି ଘଟଣା ବିଷୟରେ ନୁହେଁ ବରଂ ଲକ୍ଷ୍ମୀଙ୍କୁ ଆଗକୁ ବଢିବାରେ ଏବଂ ତାଙ୍କର ଜିତ୍‌ ହାସଲ କରିବାର କାହାଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.