Below header

ଏମିତି କିଏ ଗାଡି ଚଲାଏ ! ବିନା ଚକାରେ ଡ୍ରାଇଭିଂ କରୁଥିଲେ ବ୍ୟକ୍ତି , ଏବେ ମାମୁଁ ଘରେ

ଆପଣ ବହୁତ ଲୋକଙ୍କୁ ଅତି ଖରାପ ଡ୍ରାଇଭିଂ କରୁଥିବାର ଦେଖିଥିବେ ଏବଂ ଡ୍ରାଇଭିଂ ସମୟରେ କେୟାରଲେସ୍‌ ମଧ୍ୟ ଦେଖିଥିବେ। କିନ୍ତୁ କେବେ ଏମିତି ଦେଖିନଥିବେ ଯେ କାରର ଚକା ନାହିଁ ଆଉ ଡ୍ରାଇଭର କାର ଚଲାଉଛନ୍ତି। ଆପଣଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା। କିନ୍ତୁ ଏହା ପୂରାପୁରୀ ସତ।

ଇଂଲଣ୍ଡର ୟର୍କଶାୟରରେ ଏମିତି ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହା ଦାୟିତ୍ୱହୀନତାର ସବୁ ସୀମା ପାର କରିଛି। ମାମଲାର ପୂରା ଘଟଣା ପୋଲିସ ନିଜ ଟ୍ଵିଟର ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି। ପୋଲିସ ଏକ ଗାଡିର ଫଟୋ ଟ୍ଵିଟରରେ ଅପଲୋଡ୍‌ କରିଛନ୍ତି, ଯେଉଁଥିରେ ଏକ କାରର ଗୋଟେ ଚକା ନଥିବା ଦେଖିବାକୁ ମିଳୁଛି। ପୋଲିସ କହିଛନ୍ତି ଯେ ଚାଳକ ଜଣଙ୍କ ମଦ ନିଶାରେ ଏତେ ମାତାଲ ଥିଲେ ଯେ ତାଙ୍କୁ ନିଜକୁ ବି ଜଣାନଥିଲା କାରର ଟାୟାର ଗାୟବ ଅଛି।

ସେହିପରି ବ୍ୟକ୍ତି ଜଣଙ୍କ ବିନା ଡ୍ରାଇଭିଂ ଲାଇସେନ୍ସ ଏବଂ ଜରୁରୀ କାଗଜପତ୍ର ବିନା ଗାଡି ଚଳାଉଥିଲେ। ପୋଲିସ ବିନା ଲାଇସେନ୍ସ, ବିନା ଇନସୁରାନ୍ସ ଏବଂ ମଦ ନିଶାରେ ଗାଡି ଚଲାଉଥିବା କାରଣରୁ ଚାଳକଙ୍କୁ ଗିରଫ କରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦୁନିଆରେ ସମସ୍ତ ଦେଶରେ କଡା ଆଇନ୍‌ ଲାଗୁ କରାଯାଉଛି। ନିୟମ ଉଲଙ୍ଘନକାରୀଙ୍କୁ ମୋଟା ଜରିମାନା ଦେବାକୁ ପଡୁଛି। କେବଳ ଏତିକି ନୁହେଁ ଦୋଷୀଙ୍କୁ ଜେଲର ହାଓ୍ଵା ଖାଇବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.