ମିଳିଲା ନାହିଁ ଷ୍ଟ୍ରେଚର୍‌, ବାପା କାନ୍ଧରେ ମେଡିକାଲରୁ ଗଲେ ଦୁଷ୍କର୍ମ ପୀଡ଼ିତା

ଦେଶରେ ପ୍ରତିଦିନ ନାରୀ ନିର୍ଯାତନା, ବଧୂହତ୍ୟା, ଦୁଷ୍କର୍ମ ଭଳି ଘଟଣା ଏକ ସାଧାରଣ କଥା ପାଲଟିଛି। ଏଭଳି ସ୍ଥିତିରେ କେତେକ ସ୍ଥାନରେ ପୀଡ଼ିତାକୁ ସମର୍ଥନ ଦେବା ବଦଳରେ ଓଲଟା ଅଧିକ ନିର୍ଯାତନା ଦିଆଯାଉଛି। ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛିି ଉତ୍ତର ପ୍ରଦେଶର ଏଟାଠାରେ। ଏଠାରେ ଷ୍ଟ୍ରେଚର୍‌ କିମ୍ବା ହ୍ଵିଲ୍‌ ଚେୟାର ନ ମିଳିବାରୁ ଜଣେ ବାପା ବଳାତ୍କାର ପୀଡ଼ିତା ଝିଅକୁ ମେଡିକାଲରୁ ପିଠିରେ ବୋହି ବୋହି ନେଉଥିବା ଘଟଣା ସାଧାରଣ ଲୋକଙ୍କୁ ବ୍ୟଥିତ କରିଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ ହୋଇଛି।

ରିପୋର୍ଟ ମୁତାବକ, ୧୫ ବର୍ଷୀୟା ପୀଡ଼ିତାକୁ ତାଙ୍କ ପଡ଼ୋଶୀ ଏକ ଘରେ ବନ୍ଦ କରି ବାରମ୍ବାର ବାରମ୍ବାର ବଳାତ୍କାର କରିଥିଲା। ଅଭିଯୁକ୍ତ ଠାରୁ ରକ୍ଷା ପାଇବାକୁ ଦୌଡ଼ିବା ବେଳେ ଝିଅଟିର ଗୋଡ଼ ଭାଙ୍ଗିଯାଇଥିଲା। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ ୧୯ ବର୍ଷୀୟ ଅଭିଯୁକ୍ତ ଅଙ୍କିତ ଯାଦବକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ମରହେରା ଏସ୍‌ଏସ୍‌ଓ ଜିତେନ୍ଦ୍ର ଭଦୌରିଆ ସୂଚନା ଦେଇଛନ୍ତି।

ପୀଡ଼ିତାକୁ ମେଡିକାଲକୁ ଯାଞ୍ଚ ପାଇଁ ନିଆଯାଇଥିବା ବେଳେ ସାଙ୍ଗରେ କେବଳ ତା’ ବାପା ଓ ଜଣେ ମହିଳା କନେଷ୍ଟବଳ ଯାଇଥିଲେ। ସେଠାରୁ ତାଙ୍କୁ ମହିଳା ବିଭାଗକୁ ସ୍ଥାନାନ୍ତର କରିବା ବେଳେ କୌଣସି ଷ୍ଟ୍ରେଚର ବା ହ୍ଵିଲ୍‌ ଚେୟାର ନ ମିଳିବାରୁ ବାଧ୍ୟହୋଇ ତା’ବାପା ଝିଅକୁ ପିଠିରେ ବୋହି ବୋହି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.