ଫଟୋ ଦେଖି ଚିହ୍ନି ପାରିବେନି ଆପଣ, ଗୋଟିଏ ଦୁର୍ଘଟଣା ଏହି ଅଭିନେତ୍ରୀଙ୍କୁ କରିଦେଲା ବରବାଦ

‘ମେଁ ଦୁନିଆ ଭୁଲା ଦୁଙ୍ଗା ତେରୀ ଚାହତ ମେଁ. . . ’ଏହି ଗୀତ ତ ଆପଣ ଶୁଣିଥିବେ। ଏହି ଗୀତ ଫିଲ୍ମ ଆଶିକୀର ଏବଂ ଆଜି ଆମେ ଜଣାଇବୁ ଅଭିନେତ୍ରୀ ଅନୁ ଅଗ୍ରୱାଲଙ୍କର। ‘ଆଶିକି’ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅନୁଙ୍କର ଜୀବନ କୌଣସି ଟ୍ରାଜେଡି ଫିଲ୍ମ କାହାଣୀ ଭଳି ଅଟେ। ଏବେ ଆପଣ ମଧ୍ୟ ତାଙ୍କ ଫଟୋ ଦେଖି ଚିହ୍ନି ପାରିବେନି। ଗୋଟିଏ ଦୁର୍ଘଟଣା ସବୁ କିଛି କରିଦେଲା ଧ୍ବଂସ, ଜାଣନ୍ତୁ କଣ ପୂରା ମାମଲା।
୧୧ ଜାନୁୟାରୀ ୧୯୬୯ରେ ଦିଲ୍ଲୀରେ ଜନ୍ମିତ ଅନୁ ସେହି ସମୟରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସମାଜଶାସ୍ତ୍ରରେ ପଢ଼ୁଥିଲେ ଯେତେବେଳେ ତାଙ୍କୁ ମହେଶ ଭଟ୍ଟ ନିଜର ରୋମାଣ୍ଟିକ ଫିଲ୍ମ ‘ଆଶିକି’ରେ ପ୍ରଥମ ବ୍ରେକ ଦେଇଥିଲେ। ବର୍ଷ ୧୯୯୯ରେ ତାଙ୍କ ସହିତ ଏମିତି ଏକ ଘଟଣା ଘଟିଲା ଯାହା ତାଙ୍କ ଜୀବନର ଗାଡିକୁ ଗୋଟିଏ ପଥରୁ କାଢ଼ି ଆଉ ଗୋଟିଏ ପଥରେ ଛିଡା କରିଦେଲା।
ଗୋଟିଏ ସଡକ ଦୁର୍ଘଟଣା ନା କେବଳ ତାଙ୍କ ସ୍ମରଣ ଶକ୍ତିକୁ ପ୍ରଭାବିତ କଲା, କରଂ ତାଙ୍କୁ ଚାଲିବା ବୁଲିବାରେ ମଧ୍ୟ ଅକ୍ଷମ କରିଦେଲା। ୨୯ ଦିନ ପର୍ୟ୍ୟନ୍ତ କୋମାରେ ରହିବା ପରେ ଅନୁଙ୍କୁ ହୋସ ଆସିଥିଲା। ସେ ଏହି ଘଟଣା ପରେ ନିଜକୁ ପୂରାପୂରୀ ଭାବରେ ଭୂଲି ଯାଇଥିଲେ। ସ୍ମରଣ ଶକ୍ତି ହରାଇ ବସିଥିବା ଅନୁଙ୍କ ପାଇଁ ଏହା ପୁର୍ନଜନ୍ମ ଥିଲା। ତାଙ୍କର ଏହି ଘଟଣାରେ ଏକ ବହି ମଧ୍ୟ ଲେଖା ଯାଇଥିଲା। ସେହି ବହିର ନାମ ‘ଅନୟୁଜୁଆଲ’, ଯାହା ୨୦୧୫ରେ ରିଲିଜ ହୋଇଥିଲା।