ଭିତରକନିକା ଜାତୀୟ ଉଦ୍ୟାନରୁ ହଜୁଛି କୁମ୍ଭୀରର ସ୍ଥିତି

ଭିତରକନିକା(କେନ୍ୟୁଜ୍) : ବଉଳା କୁମ୍ଭୀରଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନ । ଉଦ୍ୟାନରେ କୁମ୍ଭୀରଙ୍କୁ ଦେଖିବା ପାଇଁ ପର୍ୟ୍ୟଟକଙ୍କ ଭିଡ଼ ଜମିଥାଏ । ହେଲେ ୧୦ ବର୍ଷ ମଧ୍ୟରେ ନଦୀନାଳରେ ୨ଶହରୁ ଅଧିକ କୁମ୍ଭୀରଙ୍କ ମୃତ୍ୟୁ ହୋଇଛି । ଫଳରେ କୁମ୍ଭୀରଙ୍କ ପାଇଁ ଭିତରକନିକା କେତେ ସୁରକ୍ଷିତ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ । ଏମାନଙ୍କ ବଂଶବୃଦ୍ଧି ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଡାଙ୍ଗାମଳଡାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଆରମ୍ଭ ହୋଇଛି। ହେଲେ ୧୦ ବର୍ଷ ମଧ୍ୟରେ ଭିତରକନିକାରେ ୨ଶହରୁ ଅଧିକ କୁମ୍ଭୀରଙ୍କ ମୃତ୍ୟୁ ହୋଇଛି। ନିଷିଦ୍ଧାଞ୍ଚଳରେ ମାଛ ମାଫିଆମାନେ ବସାଉଥିବା ଜାଲରେ ଛନ୍ଦି ହୋଇ କୁମ୍ଭୀରଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି।
ବଉଳା କୁମ୍ଭୀରଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ କାନୁନ୍ ସହ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ମାଛ ଜାଲରେ ଛନ୍ଦି ହୋଇ ମୃତ୍ୟୁବରଣ କରୁଛନ୍ତି କୁମ୍ଭୀର । ନିଷିଦ୍ଧାଞ୍ଚଳରେ ମାଫିଆମାନେ କିପରି ଜାଲ ବସାଉଛନ୍ତି, ସେନେଇ ସନ୍ଦେହ ସୃଷ୍ଟି କରିଛି।