Below header

ରାମାୟଣର ପୁନଃପ୍ରସାରଣ ଉପରେ ବିବାଦୀୟ ଟୁଇଟ କରି ଫସିଲେ ଏହି ଅଭିନେତ୍ରୀ, ତୁରନ୍ତ ଗିରଫ କରିବାକୁ ଦାବି କଲେ ଲୋକେ

ପୁଣିଥରେ ଦୂରଦର୍ଶନରେ ରାମାୟଣ ପ୍ରସାରଣ ନେଇ ଟିଭି ଅଭିନେତ୍ରୀ କବିତା କୌଶିକ ଏକ ବିବାଦୀୟ ଟୁଇଟ କରିଦେଇଛନ୍ତି, ଯାହା ପାଇଁ ତାଙ୍କୁ troll ହେବାକୁ ପଡିଛି । କବିତାଙ୍କ ଟୁଇଟ ଲୋକଙ୍କୁ ଆଦୌ ପସନ୍ଦ ଆସିନି । ଏବେ ସୋସିଆଲ ମିଡିଆରେ ଲୋକେ ଅଭିନେତ୍ରୀଙ୍କ ଗିରଫଦାରି ପାଇଁ ଦାବି କରିଛନ୍ତି ।

କବିତା ଟୁଇଟ କରିଛନ୍ତି କି, ନିଜେ ତ ପାର୍ଲାମେଣ୍ଟରେ ବସି ଫୋନରେ ପର୍ଣ୍ଣ ଦେଖୁଛ, ଆମକୁ ରାମାୟଣ ଦେଖିବାକୁ କହୁଛ । ଏହି ଟୁଇଟରେ ଜଣେ ୟୁଜର ଲେଖିଛନ୍ତି, ଦୟାକରି ୟାଙ୍କୁ ଗିରଫ କରନ୍ତୁ । ୟେ ରାମାୟଣକୁ ପର୍ଣ୍ଣ ସହ ତୁଳନା କରିଛନ୍ତି । ଆମେ ଏହା ସହିବୁ ନାହିଁ, କଥା ଧର୍ମ ପର୍ଯ୍ୟନ୍ତ ଆସିଯାଇଛି । ଆଉ ଜଣେ ଲେଖିଥିଲେ, ଫୋନରେ ତୁମେ ଯାହା ବି ଦେଖିପାରିବ, କିନ୍ତୁ ରାମାୟଣ ଟିଭିରେ ଦେଖୁଛୁ ।

ଏହିପରି ଅନେକ ୟୁଜର କବିତାଙ୍କୁ ସମାଲୋଚନା କରିଥିଲେ । କହି ରଖୁଛି, ଲୋକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି 28 ମାର୍ଚ୍ଚରୁ ଦୂରଦର୍ଶନରେ ରାମାୟଣ ପ୍ରସାରଣ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.