୨୧ ଦିନ ଲକଡାଉନରେ ଘରେ ବସି ଏହି ପତ୍ରର କରନ୍ତୁ ବ୍ୟବହାର, ଚମକି ଉଠିବ ତ୍ୱଚା

କାରୋନା ଭାଇରସ ସଂକ୍ରମଣ ପାଇଁ ପୁରା ଦେଶକୁ ୨୧ ଦିନ ପାଇଁ ଲକଡାଉନ କରିଦିଆଯାଇଛି। ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି। ଏମିତିରେ ସୁଯୋଗ ମିଳିଛି ନିଜ ଚେହେରାର ଠିକ ଭାବରେ ଯତ୍ନ ନେବା। ଆପଣ ପୋଦିନା ପତ୍ର ଦ୍ୱାରା ମଧ୍ୟ ନିଜର ଚେହେରାକୁ ଚମକାଇ ପାରିବେ। ପୋଦିନରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଭିଟାମିନ ଏ ରହିଛି ଯାହା ତ୍ୱଚା ପାଇଁ ବହୁତ ଉପଯୋଗୀ। ତେବେ ଏବେ ଆସନ୍ତୁ ଜାଣିବା ପୋଦିନାକେ କେମିତି କରିବେ ବ୍ୟବହାର।

ଆବଶ୍ୟକ ସାମଗ୍ରୀ

ପୋଦିନା ପତ୍ର
କାକୁଡି
ମୂଳତାନ ମାଟି

ପ୍ରସ୍ତୁତି

Face Maskପୋଦିନ ପତ୍ରରେ ହୋମ ମେଡ଼ ମାସ୍କ ବନାଇବା ପାଇଁ ପୋଦିନା ପତ୍ର, କାକୁଡି ଏବଂ ମୂଳତାନ ମାଟିକୁ ଏକ ପାତ୍ରରେ ରଖି ପେଷ୍ଟ ପ୍ରସ୍ତୁତ କରନ୍ତୁ। ସ୍କିନରୁ ଅତିରିକ୍ତ ତେଲ ବାହାର କରିବା ପାଇଁ ମୁଲତାନ ମାଟି ବହୁତ ସହାୟକ ଅଟେ।

-ଏବେ ଏହି ପେଷ୍ଟକୁ ଚେହେରାରେ ୨୦ ରୁ ୨୫ ମିନିଟ ପର୍ୟ୍ଯନ୍ତ ରଖନ୍ତୁ।

-ଯେତେବେଳେ ଏହା ଶୁଖିଜିବ ତେବେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ।

ଏହାଛଡା ଆପଣ ଗୋଲାପ ଜଳ ଏବଂ ମହୁ ସହିତ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ଯେଉଁମାନେ ମୁଲତାନ ଏବଂ କାକୁଡି ଲଗାଇବାକୁ ଚାହୁଁନାହାନ୍ତି ସେମାନେ ଗୋଲାପ ଜଳ ଏବଂ ମହୁକୁ ପୋଦିନା ସହିତ ଲଗାଇପାରିବେ।

ପ୍ରସ୍ତୁତି

ପୋଦିନା ପତ୍ରକୁ ବାଟି ସେଥିରେ ଗୋଲାପଜଳ ଏବଂ ମହୁ ପକାନ୍ତୁ। ଏହାପରେ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଏହିପରି ଭାବେ ପୋଦିନାକୁ ବ୍ୟବହାର କରି ଆପଣ ତ୍ୱଚାକୁ ଚମକାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.