Below header

ବାପାଙ୍କ ଫିଲ୍ମରୁ ଆରମ୍ଭ କରିଥିଲେ କ୍ୟାରିୟର, ତାପରେ ହୋଇଗଲେ ବଲିଉଡର ରାଣୀ

ରାଣୀ ମୁଖାର୍ଜୀ ‘ରାଜା କି ଆଈ ବାରାତ୍’ ଫିଲ୍ମରୁ ବଲିଉଡ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା। ଫିଲ୍ମ ହିଟ୍ ହୋଇନଥିଲେ ମଧ୍ୟ ସେ ବଲିଉଡରେ ନିଜର ସ୍ଥାନ ବନେଇବାରେ ସଫଳ ହୋଇପାରିଥିଲେ। ଦର୍ଶକଙ୍କ ମନରେ ରାଜ କରୁଥିବା ରାଣୀ ମୁଖାର୍ଜୀଙ୍କର ଆଜି ହେଉଛି ଜନ୍ମଦିନ। ନିଜ ସୁନ୍ଦର ଅଭିନୟରେ ଦର୍ଶକଙ୍କୁ ଦିୱାନା କରିଥିବା ରାଣୀ ଆଜି ତାଙ୍କ ଜନ୍ମ ଦିନ ପାଳନ କରୁଛନ୍ତି।

ତାଙ୍କର ଜନ୍ମ ୨୧ ମାର୍ଚ୍ଚ ୧୯୭୮ରେ ହୋଇଥିଲା। ରାଣୀଙ୍କର ପୂରା ପରିବାର ବଲିଉଡରେ ଜଡିତ ଥିଲେ। ବାପା ରାମ ମୁଖାର୍ଜୀ ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

rani-mukerjiରାଣୀ ମୁଖାର୍ଜୀ ପ୍ରଥମେ ତାଙ୍କ ବାପା ରାମ ମୁଖର୍ଜୀଙ୍କ ନିର୍ଦ୍ଦେଶିତ ବେଙ୍ଗଲୀ ଫିଲ୍ମ ‘ବେୟର ଫୁଲ’ରେ ଅଭିନୟ କରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ। ନିଜ ସୁନ୍ଦର ଅଭିନୟରେ ଦର୍ଶକଙ୍କୁ ଦିୱାନା କରିଥିଲେ ରାଣୀ।
୧୯୯୮ ମସିହାରେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କୁଛ କୁଛ ହୋତା ହୈ’ ରିଲିଜ ହୋଇଥିଲା। ଏହି ଫିଲ୍ମରେ ରାନୀ ‘ଟୀନା’ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଦର୍ଶକ ତାଙ୍କୁ ଖବ୍ ପସନ୍ଦ କରିଥିଲେ।

raniଏହାପରେ ୨୦୦୨ରେ ‘ସାଥୀୟା’ ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା। ଯେଉଁଥିରେ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନିତ ହୋଇଥିଲେ। ରାଣୀ ୨୦୧୪ରେ ଆଦିତ୍ୟ ଚୋପ୍ରାଙ୍କୁ ପ୍ୟାରିସରେ ଗୋପନରେ ବିବାହ କରିଥିଲେ। ଏହାପରେ ତାଙ୍କର ୨୦୧୫ରେ ଏକ ଝତଅ ହେଲା ଯାହାର ନାମ ଆଦିରା। ସ୍ବମାୀ ଆଦିତ୍ୟ ଚୋପ୍ରା ପବ୍ଲିସିଟୀରୁ ଦୂରେଇ ରୁହନ୍ତି।।

 

 

View this post on Instagram

 

Perfect queen ✨✨💫

A post shared by Oueen Rani Mukerji🥀 (@ranimukerjiqueen) on

 

View this post on Instagram

 

Happy Birthday Queen #ranimukerji #ranimukherjee

A post shared by Bollyholics (@bollyholics___) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.