Below header

ରିଲିଜ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର, ହରର ଓ ଥ୍ରୀଲର ସହିତ ପାଇବେ କମେଡିର ମଜା

ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର ରିଲିଜ ହୋଇଛି। ରାଘବ ଲୋରେନ୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡି ହରର ଫିଲ୍ମ ତାମିଲ ଫିଲ୍ମ ‘ମୁନ୍ନି:୨ କଞ୍ଚନାର ରିମେକ। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଅକ୍ଷୟଙ୍କ କ୍ୟାରିଅରର ଏହା ପ୍ରଥମ ଫିଲ୍ମ, ଯେଉଁଥିରେ ଅକ୍ଷୟ ଜଣେ କିନ୍ନର ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୯ ନଭେମ୍ବରକୁ ଡିଜନୀ ହଟଷ୍ଟାରରେ ରିଲିଜ ହେବ।

ଫିଲ୍ମରେ ଅକ୍ଷୟଙ୍କ ଅଭିନୟକୁ ନେଇ ଫ୍ୟାନ୍ସ ଜୋରଦାର ପ୍ରଶଂସା କରୁଛନ୍ତି। ଫିଲ୍ମରେ ଲକ୍ଷଣ କିଭଳି ଲକ୍ଷ୍ମୀ ବନୁଛନ୍ତି ତାହା ଦେଖିବାକୁ ମିଳିବ। ଏଥିରେ କିଆରା ଏବଂ ଅକ୍ଷୟଙ୍କ ଶାନଦାର କେମିଷ୍ଟ୍ରି ଦେଖିବାକୁ ମିଳିବ। ଟ୍ରେଲରେ ହରର ଏବଂ କମେଡି ଭରପୂର ଦେଖିବାକୁ ମିଳିଛି। ଫିଲ୍ମ ଦମଦାର ହିଟ୍‌ ହେବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଅକ୍ଷୟ କୁମାର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ବଲିଉଡରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ତର୍କ ଉପରେ ମତାମତ ରଖିଥିଲେ। ଯାହାଫଳରେ ବର୍ତ୍ତମାନ ଅକ୍ଷୟଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ବଙ୍କୁ ନେଇ ଲୋକେ ଟ୍ରୋଲ କରୁଥିଲେ। ଟ୍ୱିଟରରେ #BanLaxmiBomb ଟ୍ରେଣ୍ଡ ମଧ୍ୟ କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.