Below header

ସୋସିଆଲ ମିଡିଆରେ ଲଗାତାର ଟ୍ରୋଲ ହେବା ପରେ ମୁହଁ ଖୋଲିଲେ ଆଲିଆ, କହିଲେ- ‘ନିରବତା ଅନେକ କିଛି କହେ’

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଆଲିଆ ଭଟ୍ଟ, ମହେଶ ଭଟ୍ଟ ଓ କେତେକ ଅନ୍ୟ କଳାକାର ଲଗାତାର ଟ୍ରୋଲ ହେଉଛନ୍ତି। ଏମିତି କି ତାଙ୍କ ଫଲୋୟର୍ସ ମଧ୍ୟ କମିବାରେ ଲାଗିଛନ୍ତି। ନିକଟରେ ଆଲିଆଙ୍କ ଫିଲ୍ମ ସଡ଼କ ୨ ରିଲିଜ୍‌ ହୋଇଛି। ଫ୍ୟାନ୍‌ମାନେ ଏହାକୁ ଲାଇକ୍‌ଠୁ ଅଧିକ ଡିସ୍‌ଲାଇକ କରିଛନ୍ତି। ଟ୍ରୋଲ ହେବା ପରେ ବି ଆଲିଆ ଭଟ୍ଟ ଓ ତାଙ୍କ ପୂରା ପରିବାର ଚୁପ୍‌ ଅଛନ୍ତି। ତେବେ ଦୀର୍ଘଦିନ ପରେ ଏବେ ଆଲିଆ ଭଟ୍ଟ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ବେଶ୍‌ ପଜିଟିଭ୍‌ ମନେ ହେଉଛି।

ନିକଟରେ ଆଲିଆ ଏକ ମାଗାଜିନ୍‌ ପାଇଁ ଫଟୋସୁଟ୍‌ କରିଥିଲେ। ଏହାର ଏକ ଫଟୋ ସେୟାର କରି ଆଲିଆ ଲେଖିଛନ୍ତି ‘ଯେତେବେଳେ ଆପଣ ମୁହଁକୁ ସୂର୍ଯ୍ୟଙ୍କ କିରଣ ସାମ୍ନାରେ ରଖୁଛନ୍ତି ତେବେ ପୂରା ଲାଇଟ୍‌ ଆପଣଙ୍କ ଉପରେ ପଡ଼େ ଓ ଅନ୍ଧାର ପଛକୁ ରହିଯାଏ। ଆପଣମାନେ ସବୁ କଥାକୁ କଣ୍ଟ୍ରୋଲ କରିପାରିବେ ନାହିଁ କିନ୍ତୁ ଏହା ଆପଣଙ୍କୁ ଫରକ ପଡ଼ୁଛି କି ନାହିଁ ତାହା ନିଜେ ନିର୍ଦ୍ଧାରିତ କରିବେ। ନିରବତା ବହୁତ କିଛି କହେ, ଯାହା ଆପଣ ଚିନ୍ତା ବି କରିପାରିବେନି’।

ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ନେପୋଟିଜମ୍‌ ବା ପରିବାରବାଦ କଥା ଉଠିଥିଲା। ସେତେବେଳେ ଫ୍ୟାନ୍‌ମାନେ ଭଟ୍ଟ ପରିବାରକୁ ଟ୍ରୋଲ କରିବା ସହ ଷ୍ଟାରକିଡ୍‌ଙ୍କୁ ବୟକଟ୍‌ କରିବା ଆରମ୍ଭ କରି ଦେଇଥିଲେ। ଏହାର ପ୍ରଭାବ ସଡ଼କ-୨ରେ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.