ଅମିଷା ପଟେଲଙ୍କ କାର ଦୁର୍ଘଟଣାଗ୍ରସ୍ତ, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା

ବଲିଉଡର ଚୁଲ୍ବୁଲି ନାୟିକା ଅମିଷା ପଟେଲ ଏବେ ଫିଲ୍ମ ଦୁନିଆରୁ ଦୂରରେ ଥିଲେ ବି ସୋସିଆଲ ମିଡିଆରେ କିନ୍ତୁ ସେ ବହୁ ଆକ୍ଟିଭ୍। କିଛି ଦିନ ତଳେ ଅମିଷାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଏକ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ଏଥିସହ ଏକ ଦୁର୍ଘଟଣାଗ୍ରସ୍ତ କାର୍ର ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ଖବର ପ୍ରଚାରିତ ହେବା ପରେ ଏବେ ଅମିଷା ନିଜେ ଏନେଇ ମୁହଁ ଖୋଲିଛନ୍ତି।
କେହି ଜଣେ ତାଙ୍କ ଦୁର୍ଘଟଣା ନେଇ ମିଛ ଖବର ପ୍ରକାଶ କରିଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କର କୌଣସି କ୍ଷତି ହୋଇନାହିଁ ବୋଲି ଅମିଷା ଟ୍ଵିଟ୍ କରି ତାଙ୍କ ଫ୍ୟାନ୍ଙ୍କୁ ଜଣାଇଛନ୍ତି। ସେ ଟ୍ଵିଟ୍ କରି କହିଛନ୍ତି ଯେ, ‘‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏଭଳି ଭଲପାଇବା ଓ ଚିନ୍ତା କରୁଥିବାରୁ ଫ୍ୟାନ୍ଙ୍କୁ ଧନ୍ୟବାଦ।’’
ଏହାସହ ପଢ଼ନ୍ତୁ: ପୁଣି ଭାଇରାଲ୍ ହେଲା ରାନୁଙ୍କ ଏହି ଭିଡିଓ : ଷ୍ଟେଜ୍ ସୋ’ରେ ଗାଇଲେ ଏମିତି ଗୀତ, ତାଳିରେ କମ୍ପି ଉଠିଲା ମାହୋଲ୍
ତେବେ କିଛି ଦିନ ତଳେ ଜଣେ ପ୍ରଯୋଜକ ଅମିଷାଙ୍କ ଉପରେ ଦେଢ଼ କୋଟି ଟଙ୍କା ଠକେଇ ନେଇ ଆରୋପ ଲଗାଇଥିଲେ। ଏହି ମାମଲାରେ ହାଇକୋର୍ଟ ଅମିଷାଙ୍କୁ ସମନ ମଧ୍ୟ ଜାରି କରିଥିଲେ।