ଦିନେ ମୃତ ଭାବି ଅଳିଆଗଦାକୁ ଫିଙ୍ଗି ଦେଇଥିଲେ ଡାକ୍ତର, ଆଜି ସେହି ଶିଶୁ ହେଲେ ‘କୌନ୍‌ ବନେଗା କରୋଡପତି’ର ବିଜେତା

ନୂପୁର ସିଂହଙ୍କର କାହାଣୀ ଏକଦମ ହୃଦୟଷ୍ପର୍ଶୀ ହେବା ସହିତ ବହୁତ ରୋଚକପୂର୍ଣ୍ଣ। ପିଲାଦିନର ହୋଇଥବା ଏକଭୁଲ ତାଙ୍କ ଜୀବନ ବଦଳାଇଦେଲା।

ନୂପୁରକୁ ଡାକ୍ତର ନବଜାତ ଶିଶୁକୁ ମୃତ ଘୋଷଣା କରି ଅଳିଆଗଦାରେ ଫିଙ୍ଗି ଦେଇଥିଲେ। ଏହାପରେ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ନୂଆ ଜୀବନ ଦେଇଥିଲେ। ଯେଉଁ ପିଲାକୁ ସମାଜ ଅଣଦେଖା କରି ଫିଙ୍ଗି ଦେଇଥିଲେ ଆଜି ସେହି ଶିଶୁଟି ବଡ଼ ହୋଇ ସୋନି ଚ୍ୟାନେଲରେ ପ୍ରସାରିତ’ କୌନ ବନେଗା କରୋଡ଼ପତି (କେବିସି)ରେ ଭାଗ ନେଇ ବିଜୟିନୀ ହୋଇ ନୂଆ ପରିଚୟ ହାସଲ କରିଛନ୍ତି।

ନୂପୁର ସିଂହ ଦେଶର ସବୁଠାରୁ ଚର୍ଚ୍ଚିତ ଗେମ୍‌ ଶୋ ‘କୌନ୍‌ ବନେଗା କରୋଡପତି’ (କେବିସି)ରେ ଭାଗ ନେବା ସହିତ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ୧୨ଟି ପ୍ରଶ୍ନର ଉତ୍ତର ଦେଇ ନୁପୁର ୧୨.୫୦ଲକ୍ଷ ଟଙ୍କାର ଚେକ୍‌ ହାସଲ କରିଛନ୍ତି।

kbcଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ବିଘାପୁରରେ ଦିବ୍ୟାଙ୍ଗ ନୂପୁର ସିଂଙ୍କ ଜନ୍ମ। ନୂପୁର ରାମ କୁମାର ସିଂ ଓ କଳ୍ପନା ସିଂହଙ୍କ ଝିଅ। ମାତ୍ର ଜନ୍ମର କିଛି ସମୟ ପୂର୍ବରୁ ଡାକ୍ତରଙ୍କ ଅସାବଧାନତା କାରଣରୁ ନୂପୁର ସବୁଦିନ ପାଇଁ ଦିବ୍ୟାଙ୍ଗ ପାଲଟି ଯାଇଥିଲେ।

ଏହା ସହ ପଢନ୍ତୁ : ଫିଲ୍ମକୁ ଆସିବା ପୂର୍ବରୁ ଏହି କାମ କରୁଥିଲେ ଶ୍ରଦ୍ଧା କପୁର, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ନୂପୁର ପିଲାଟି ବେଳୁ ଜଣେ ମେଧାବୀ ଛାତ୍ରୀ ଥିଲେ। ମେଧାବୀ ଛାତ୍ରୀ ଭାବେ ସେ ସ୍କୁଲ, କଲେଜରେ ଅନେକ ନାମ କମାଇଥିଲେ। ଏପରିକି ପ୍ରଥମ ଥରରେ ବିଏଡ୍‌ ପରୀକ୍ଷାରେ ସେ ସଫଳତା ପାଇଥିଲେ। ଏବେ ସେ ଏକ ପ୍ଲେ ଗ୍ରୁପରେ ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଦଶମ ଶ୍ରେଣୀର ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି। କେବିସିରେ ତାଙ୍କର ଏତେ ଭଲ ପ୍ରଦର୍ଶନ ଦେଖିବା ପରେ ନୂପୁର ଏବେ ଗାଁରେ ଜଣେ ଷ୍ଟାର ଭାବରେ ପରିଚିତ ହେଉଛନ୍ତି।