Below header

‘ଆଖିୟୋ ସେ ଗୋଲୀ ମାରେ’ ଗୀତରେ ଅନନ୍ୟା ପାଣ୍ଡେ କଲେ ଏପରି ଡ୍ୟାନ୍ସ, ପୋଷ୍ଟ କରୁ କରୁ ଭିଡିଓ ହେଲା ଭାଇରଲ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କର ଅପକମିଙ୍ଗ ଫିଲ୍ମ “ପତି ପତ୍ନୀ ଔର ୱ” ଅତିଶୀଘ୍ର ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ସୋସିଆଲ ମିଡିଆରେ ଅନନ୍ୟା ପାଣ୍ଡେଙ୍କର ଏକ ଡ୍ୟାନ୍ସ ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ‘ଆଖିୟୋ ସେ ଗୋଲୀ ମାରେ’ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଅନନ୍ୟା ପାଣ୍ଡେ ଏହି ଗୀତରେ ଧମାକାଦାର ଡ୍ୟାନ୍ସ କରୁଥିବା ନଜରକୁ ଆସିଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ଏହାସହିତ ଅନନ୍ୟ ପାଣ୍ଡେଙ୍କର ଫ୍ୟାନ୍ସ ମାନେ ଜୋରଦାର ରିଆକ୍ସନ ମଧ୍ୟ ଦେଉଛନ୍ତି ।

ଅନନ୍ୟା ପାଣ୍ଡେ ନିଜର ଡ୍ୟାନ୍ସ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ତାଙ୍କର ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଏହା ପୂର୍ବରୁ ମଧ୍ୟ ଅନନ୍ୟା ପାଣ୍ଡେଙ୍କର ଭିଡିଓ ଭାଇରଲ ହୋଇଥିଲା । ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହିଥାନ୍ତି । ସେ ନିଜର ବଲିଉଡ ଡେବ୍ୟୁ ଟାଇଗର ଶ୍ରଫଙ୍କ ବିପକ୍ଷରେ କରିଥିଲେ । ଏହି ଦୁଇଜଣ ‘ସ୍ଟୁଡେଣ୍ଟ ଅଫ ଦ ଇୟର 2’ରେ ଦେଖିବାକୁ ମିଳିଥିଲେ । ଏହି ଫିଲ୍ମରେ ତାରା ସୁତାରୀୟା ମଧ୍ୟ ଡେବ୍ୟୁ କରିଥିଲେ ।

ଏହାସହ ପଢନ୍ତୁ ଅନିଲ କପୁରଙ୍କ ପୁଅଙ୍କୁ ତାପସୀ ପନ୍ନୁ କହିଲେ ଏପରି

ସୂଚନା ଅନୁଯାୟୀ ବଲିଉଡରେ “ପତି ପତ୍ନୀ ଔର ୱ” ଅନନ୍ୟା ପାଣ୍ଡେଙ୍କର ଦ୍ଵିତୀୟ ଫିଲ୍ମ ଯେଉଁଥିରେ ତାଙ୍କ ସହିତ କାର୍ତ୍ତିକ ଆର୍ୟାନ ଓ ଭୂମି ପେଡେନେକର ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ । ଆସନ୍ତା ମାସ ୬ ତାରିଖରେ ଏହି ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ୧୯୭୮ ମସିହାରେ ଆସିଥିବା ଫିଲ୍ମ “ପତି ପତ୍ନୀ ଔର ୱ”ର ରିମେକ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.