ଇଏ ହେଲେ ଦେଶର ସର୍ବକନିଷ୍ଠ ଜଜ୍‌, ମାତ୍ର ୨୧ ବର୍ଷରେ ନ୍ୟାୟିକ ସେବାରେ ସାମିଲ୍‌

ରାଜସ୍ଥାନର 21 ବର୍ଷୀୟ ମୟଙ୍କ ପ୍ରତାପ ସିଂ ଦେଶର ସବୁଠୁ କମ ବୟସର ଜଜ ହେବାକୁ ଯାଉଛନ୍ତି। ସେ ରାଜସ୍ଥାନ ନ୍ୟାୟିକ ସେବା ( ଆର୍ ଯେ ଏସ ) 2018 ପରୀକ୍ଷାରେ 197 ନମ୍ବର ରଖି ଟପ୍ପର ହୋଇଛନ୍ତି। ଜୟପୁର ବାସିନ୍ଦା ମୟଙ୍କ 21 ବର୍ଷ ବୟସରେ ଏହି ପରକ୍ଷା ପାସ କରିଛନ୍ତି। ଏହା ତାଙ୍କର ପ୍ରଥମ ପ୍ରୟାସ ଥିଲା। ଏହି ପରୀକ୍ଷାରେ ସାମିଲ ହେବାପାଇଁ ପୂର୍ବରୁ ସର୍ବନିମ୍ନ ବୟସ 23 ବର୍ଷ ଥିଲା କିନ୍ତୁ ଏବେ ଏହାକୁ ହଟାଇ 21 କରାଯାଇଥିଲା।

ନ୍ୟାୟିକ ସେବାର ମୁଖ୍ୟ ପରୀକ୍ଷା ୨୦୧୮ର ରେଜଲ୍ଟ କିଛିଦିନ ତଳେ ଘୋଷଣା କରାଯାଇଛି। ଟପ ୧୦ ପରୀକ୍ଷାର୍ଥୀଙ୍କ ଭିତରୁ ପ୍ରଥମ ଓ ଦଶମ ସ୍ଥାନ ଛାଡି ବାକି ୮ଟି ସ୍ଥାନ ଝିଅଙ୍କ କବ୍ଜାରେ ରହିଛି। ମୟଙ୍କ ୧୯୭ ନମ୍ବର ରଖି ପ୍ରଥମ ସ୍ଥାନ ଓ ତନ୍ବୀ ମାଥୁର ୧୮୭.୫ ନମ୍ବର ରଖି ଦୁତୀୟ ସ୍ଥାନରେ ରହିଛନ୍ତି। ତନ୍ବୀ ମହିଳା ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ୪୯୯ଜଣ ଏହି ପରୀକ୍ଷା ଦେଇଥିଲେ ୧୯୭ ଜଣ ସଫଳ ହେଲେ।

judgeମୟଙ୍କ କହିଛନ୍ତି ଟପ କରିବି ବୋଲି କେବେ ଭାବି ନଥିଲି । 2014ରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟ ରେ ନାମ ଲେଖାଇ ଥିଲେ। ସେ 5 ବର୍ଷୀୟ ଏଲ ଏଲ ବି କୋର୍ସ ପୁରା କଲେ। ସେ କହିଛନ୍ତି ଟପ 10 ରେ ଆସିବି ବୋଲି ଆସ ରଖଥିଲି ହେଲେ ଟପ କରିବି କେବେ ଭାବି ନଥିଲି। ତାଙ୍କ ପିତା ରାଜକୁମାର ସିଂ ଜଣେ ଡାକ୍ତର ମା ମଞ୍ଜୁ ସିଂ ଜଣେ ଶିକ୍ଷକ ଅଟନ୍ତି। ମୟଙ୍କଙ୍କ ପାଇଁ ଏହି ଉପଲବ୍ଧି ଏଥିପାଇଁ ଖାସ, କାରଣ ତାଙ୍କ ପରିବାରରୁ ସେ ଜଣେ ହିଁ ବ୍ୟକ୍ତି ଯିଏ ଏହି ଫିଲଡରେ ଯାଉଛନ୍ତି। ସେ ସବୁଦିନ 5 ରୁ 7 ଘଣ୍ଟା ପାଠ ପଢୁଥିଲେ। ତା ସହ ସେ ଉପନ୍ୟାସ ବି ପଢ଼ନ୍ତି।

ଏହାସହ ପଢନ୍ତୁ : ମଙ୍ଗଳ ଗ୍ରହରେ ବି ରହିଛି ଜୀବନର ସତ୍ତା ! ବିଶ୍ୱାସ ନ ହେଉଥିଲେ ଦେଖନ୍ତୁ ଏହି ସବୁ ଫଟୋ

ମୟଙ୍କ କହିଛନ୍ତି ଯେ ପରୀକ୍ଷାରେ 23 ବର୍ଷ ବଦଳରେ 21 ବର୍ଷ ରଖାଯିବା କାରଣରୁ ମୋତେ ଶୀଘ୍ର କ୍ୟାରିୟର ଆରମ୍ଭ କରିବାର ସୁଯୋଗ ମିଳିପାରିଲା ଏବଂ ଏହି କାରଣରୁ ମୁଁ ଅତି କମ ବୟସରୁ ଏହି ସେବାରେ ନିଜକୁ ସାମିଲ କରିପାରିଲି। ଏଥିପାଇଁ ସେ ସବୁ ଶ୍ରେୟ ନିଜ ପରିବାର ଲୋକଙ୍କୁ ଦେଇଛନ୍ତି। ତାସହ ଶିକ୍ଷକ ଓ ବନ୍ଧୁ ମାନେ ମଧ୍ୟ ତାଙ୍କ ଉପରେ ଭର୍ସ ରଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.