ରାଇଜିଂ ଷ୍ଟାର-୩ରେ ଓଡିଆ ଝିଅ ଅନନ୍ୟା, ଇଣ୍ଡିଆନ ଆଇଡଲ ଜୁନିୟରର ରହି ସାରିଛନ୍ତି ବିଜେତା

ଭୁବନେଶ୍ବର (କେନ୍ୟୁଜ୍) : କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ବହୁ ଚର୍ଚ୍ଚିତ ରିଆଲିଟି ଶୋ ରାଇଜିଂ ଷ୍ଟାର-୩ରେ ପାଦ ରଖିଛନ୍ତି ଓଡିଆ କାଳାକାର ଅନନ୍ୟା ଶ୍ରୀତମ ନନ୍ଦ। ଗତକାଲି ମାଧୁରୀ ଦୀକ୍ଷିତ ସ୍ପେଶାଲ ଏପିସୋଡରେ ଅନନ୍ୟା ଗୀତ ଗାଇ ସମସ୍ତଙ୍କ ମନ ଜିତିଛନ୍ତି। ପ୍ରଥମରୁ ହିଁ ଅନନ୍ୟା ଖୁବ ସୁନ୍ଦର ଗୀତ ଗାଇ ବିଚାରକ ମଣ୍ଡଳୀ ପ୍ରଭାବିତ କରିଛନ୍ତି । ଏପରିକି ସେ ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ଆସି ପାରିବେ ବୋଲି କୁହାଯାଉଛି। ଆପଣଙ୍କ ଜଣାଇବାକୁ ଚାହିଁବୁ ଏହା ପୂର୍ବରୁ ଅନନ୍ୟା ଇଣ୍ଡିଆନ ଆଇଡଲ ଜୁନିୟର ବିଜେତା ରହି ସାରିଛନ୍ତି। ତେବେ ରାଇଜିଂ ଷ୍ଟାର ଏକ ଲାଇଭ ରିଆଲିଟି ଶୋ ହୋଇଥିବାରୁ ଏଥିରେ ଦର୍ଶକଙ୍କ ସମର୍ଥନ ପାଇଁ ସୋସିଆଲ ମିଡିଆରେ ନିବେଦନ କରିଛନ୍ତି ଅନନ୍ୟା।

ଗାୟିକା ଅନନ୍ୟା ଶ୍ରୀତମ ନନ୍ଦ ଇଣ୍ଡିଆନ ଆଇଡଲ ଜୁନିୟରର ବିଜେତା ରହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରୁ ପୁରସ୍କାର ମଧ୍ୟ ପାଇଛନ୍ତି। ଏହା ବ୍ୟତୀତ ସେ ଅନେକ ଓଲିଉଡ ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.