Below header

ସ୍ବାମୀ ରୋହିତ ରେଡ୍ଡିଙ୍କୁ ଚାପୁଡା ମାରିଲେ ଅନୀତା ହସନନ୍ଦାନୀ, ବିବାହିତ ମହିଳାଙ୍କୁ ଦେଲେ ଏହି ପରାମର୍ଶ

ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ ନିକଟରେ ମା’ ହୋଇଥିଲେ। ନିଜ ପୁଅ ଆରବ ସହିତ ହସଖୁସିରେ ସମୟ ମଧ୍ୟ ଅତିବାହିତ କରୁଛନ୍ତି। ଏହାଛଡା ଅନୀତା ସୋସିଆଲ ମିଡିଆରେ ବେଶ ସକ୍ରିୟ ମଧ୍ୟ। ସେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସେହାର କରନ୍ତି। ଏବେ ଅନୀତା ଏମିତି ଏକ ଭିଡିଓ ସେୟାର କରିଛନ୍ତି, ଯାହା ଭାଇରଲ ହେବାରେ ଲାଗିଛି।

ଏହି ଭିଡିଓରେ ଅନୀତାଙ୍କ ପୁଅ ଆରବ ନୁହେଁ, ବରଂ ରୋହିତ ନଜର ଆସିଛନ୍ତି। ଭିଡିଓରେ ଅନୀତା ରୋହିତଙ୍କୁ ପାଖରେ ବସାଇ କହୁଛନ୍ତି, ମୋ ପାଖରେ ଏମିତି ସୂତା ରହିଛି, ଯାହାକୁ ମୁଁ ଏପଟ କାନରେ ବସାଇ ସେପଟ କାନରେ ବାହାର କରିଦେବି। ତା’ ପରେ ଅନୀତା ପଚାରିଛନ୍ତି କିଛି ଫିଲ୍ କଲ ? ଯେତେବେଳେ ରୋହିତ ମନା କରିଛନ୍ତି, ତା’ ପରେ ହଠାତ୍ ରୋହିତଙ୍କୁ ମାଡ ମାରିଛନ୍ତି ଅନୀତା।

 

View this post on Instagram

 

A post shared by Anita H Reddy (@anitahassanandani)

ଆପଣ କିଛି ଓଲଟାସିଧା ଭାବିବା ଆଗରୁ କହିରଖୁଛୁ କି, ଅନୀତା ରୋହିତଙ୍କ ସହିତ ଏପରି ପ୍ରାଙ୍କ କରିଛନ୍ତି। ଯାହା ବେଶ୍ ଫନି ରହିଛି। ଏହି ଭିଡିଓକୁ ସେୟାର କରି ଅନୀତା ଲେଖିଛନ୍ତି, ପ୍ଲିଜ, ଏହାକୁ ଘରେ ଟ୍ରାଏ କରିବେ। ଏମିତି ମ୍ଯାଜିକ ଟ୍ରିକ, ଯାହାକୁ ସବୁ ପତ୍ନୀ ପସନ୍ଦ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.