ଏବେ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବେ ସୋନୁ ସୁଦ, ଏହି ରାଜ୍ୟରେ ବସାଇବେ ପ୍ରଥମ କାରଖାନା

ବଲିଉଡ ଅଭିନେତା ସୋନୁ ସୁଦ୍ କରୋନା ସମୟରେ ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଲକଡାଉନ ଭଳି ଅସମୟରେ ସେ ଅସହାୟଙ୍କୁ ସବୁ ପ୍ରକାରର ସାହାଯ୍ୟ କରୁଛନ୍ତି। ଗତବର୍ଷ ସୋନୁ ସୁଦ୍ ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିବା ବେଳେ ଚଳିତବର୍ଷ ମଧ୍ୟ ହସ୍ପିଟାଲରେ ବେଡ ଦେବା ଓ ଅକ୍ସିଜେନ୍ ସିଲିଣ୍ଡର ବ୍ୟବସ୍ଥା କରିବା ଆଦି କରୁଛନ୍ତି।

ଇତିମଧ୍ୟରେ ସୋନୁ ସୁଦ କେତେକ ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ସେ ନିଜର ପ୍ରଥମ ଅକ୍ସିଜେନ୍ ପ୍ଲାଣ୍ଟ ଆନ୍ଧ୍ର ପ୍ରଦେଶରେ କୁରନୁଲ ଓ ନେଲ୍ଲୋରରେ ତିଆରି କରିବେ।

ଏନେଇ ସୋନୁ ସୁଦ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସୋନୁ କହିଛନ୍ତି, ମୁଁ ଏହା କହିବା ବେଳେ ଅତ୍ୟନ୍ତ ଖୁସି ଅଛି ଯେ ମୋ ଅକ୍ସିଜେନ୍ ପ୍ଲାଣ୍ଟର ପ୍ରଥମ ସେଟଅପ୍ ଆନ୍ଧ୍ରପ୍ରଦେଶର କୁରନୁଲ ସରକାରୀ ହସ୍ପିଟାଲ ଓ ଏକ ଜିଲ୍ଲା ହସ୍ପିଟାଲ, ଆତ୍ମାକୁର, ନେଲ୍ଲୋରରେ ଆସନ୍ତା ଜୁନରେ ବସିବ। ଏଥିସହ ଅନ୍ୟ ରାଜ୍ୟରେ ମଧ୍ୟ ପ୍ଲାଣ୍ଟ ବସାଯିବ। ଏବେ ଗ୍ରାମୀଣ ଅଞ୍ଚଳକୁ ସାହାଯ୍ୟ କରିବା ସମୟ।

ସୋନୁ ସୁଦଙ୍କ ଏହି ଘୋଷଣା ପରେ ଆନ୍ଧ୍ରପ୍ରଦେଶରେ ଖୁସିର ଲହରୀ ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.