Below header

ଅସହାୟଙ୍କ ପାଇଁ ଅଭିନେତା ଶ୍ରୀତମ ଦାସ ପାଲଟିଲେ ରୋଷେୟା

କଟକ (କେନ୍ୟୁଜ୍‌) : ଓଲିଉଡ ଅଭିନେତା ଶ୍ରୀତମ ଦାସ ଏବେ ପାଲଟିଛନ୍ତି ରୋଷେୟା । ନିଜେ ପରିବା କାଟିବା ସହ ରୋଷେଇରେ ମାତିଛନ୍ତି । ଅବଶ୍ୟ କୌଣସି ଭୋଜି କିମ୍ବା ଘର ପରିବାରର ଲୋକଙ୍କ ପାଇଁ ନୁହେଁ । ଲକ୍‌ଡାଉନ୍‌ରେ ଖାଇବା ଯୋଗାଡ଼ କରି ପାରୁନଥିବା ଅସହାୟ ଲୋକଙ୍କ ନିମନ୍ତେ ଶ୍ରୀତମ ଏଭଳି କାମ କରୁଛନ୍ତି ।

କଟକର ଏକ ଅଗ୍ରଣୀ ଅନୁଷ୍ଠାନ ହେଉଛି ଜୟ ଜଗନ୍ନାଥ ସେବା ସମିତି । ଏହି ସଂସ୍ଥା ପକ୍ଷରୁ ପ୍ରତି ଦିନ ଲକଡାଉନ ହେଉ ବା ସଟ୍‌ଡାଉନ ହେଉ ସବୁ ଦିନେ ଗରିବ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି । ଆଉ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି ଅଭିନତା ଶ୍ରୀତମ । ସବୁବେଳେ କିଛି ନା କିଛି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବା ଶ୍ରୀତମ ଦାସ ପ୍ରତ୍ୟକ୍ଷ ଭାବେ ଏହି ଅନୁଷ୍ଠାନ କଥା ବୁଝୁଛନ୍ତି ।

SRITAM-2

ପ୍ରତି ଦିନ ଯୋଗାଯୋଗରେ ରହି କିଭଳି ଭାବେ ଖାଦ୍ୟ ରନ୍ଧା ଯିବ ଏବଂ ଏହା ସୁରୁଖୁରୁରେ ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରୁଛନ୍ତି । ଲୋକଙ୍କ ପାଇଁ ସେ ଏମିତି କାମ କରି ଚାଲିବେ ବୋଲି କହିଛନ୍ତି ।
କଟକରେ ପ୍ରତିଦିନ ଗରିବଙ୍କୁ ବଣ୍ଟା ଯାଉଛି ଖାଦ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.