ରୋଗୀ ସେବା ପାଇଁ ଠିକରେ ମିଳୁନି ଆମ୍ବୁଲାନ୍ସ କିନ୍ତୁ ମଦ ଚାଲାଣ ପାଇଁ ବ୍ୟବହାର ହେଉଥିଲା, ଖୋର୍ଦ୍ଧାରୁ ଜବତ କଲା ପୋଲିସ

ଖୋର୍ଦ୍ଧା(କେନ୍ୟୁଜ୍): ମଦ ଚାଲାଣର ନୂଆ ଫଣ୍ଡା, ପୋଲିସ ଆଖିରେ ଧୂଳି ଦେଇ କିଭଳି ଖସିଯାଇ ହେବ ସେଥିପାଇଁ ବିଭିନ୍ନ ତରିକା  ଆପଣାଉଛନ୍ତି ଚୋରା ମଦ ବେପାରୀ। କିନ୍ତୁ କିଛି ସଫଳ ହେଉଥିବା ବେଳେ କିଛି ସଫଳ ହୋଇପାରୁନାହାନ୍ତି।  ଆଉ କିଛି ବେପାରୀ ଅଛନ୍ତି  ଯେଉଁମାନେ ମଦ ଚାଲାଣ ପାଇଁ ଏମିତି ପନ୍ଥା ଆପଣାଉଛନ୍ତି ଯାହା ଶୁଣିଣେ ତାଜୁବ ହୋଇଯିବେ। ଖୋର୍ଦ୍ଧା ପୋଲିସ ଏମିତି ଜଣେ ମଦ ବେପାରୀକୁ ଗିରଫ କରିଛି  ଯିଏ ଆମ୍ବୁଲାନ୍ସରେ ମଦ ଲୋଡ଼ କରି ଲକଡାଉନରେ ବେପାର  କରୁଥିଲା।

ଖୋର୍ଦ୍ଧା ଟାଉନଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ହଳଦିଆ ଗ୍ରାମ ହାଟ ଛକ ନିକଟରୁ ଏହି ବୋପାରୀକୁ  ଗିରଫ  କରିଛି।

ଖୋର୍ଦ୍ଧା ପୋଲିସର ସ୍ପେଶାଲ ଟିମ ଓ ଟାଉନଥାନା ପୋଲିସ ଏହି ଚଢ଼ାଉରେ ସାମିଲ ହୋଇ ଏହି  ବେପାରୀ ସରୋଜ ତ୍ରିପାଠୀକୁ ଗିରଫ କରିବାରେ ସଫଳ ହୋଇଛି।  ଏହା ତା ଠାରୁ ୧୫୦ ଲିଟର ଦେଶୀ ମଦ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.